shyamal

ନିଖିଳ ଓଡ଼ିଶା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀ ସଂଘ ସୁନ୍ଦରଗଡ ଶାଖାର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ରାଜଗାଙ୍ଗପୁର, (କେପିଏନ୍‌ଏସ୍‌) : ନିଖିଳ ଓଡ଼ିଶା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ (୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ସୁନ୍ଦରଗଡ ଶାଖାର ଏକ ବୈଠକ ସରବତୀ ଦେବୀ ମହିଳା ମହାବିଦ୍ୟାଳୟ, ରାଜଗାଙ୍ଗପୁରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି ସରୋଜ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉକ୍ତ ବୈଠକରେ ୬୦ରୁ ଅଧିକ କର୍ମକର୍ତ୍ତା ଯୋଗଦେଇ ଥିବା ବେଳେ ସଂଘର ରାଜ୍ୟ ସଭାପତି ମାନସ ପୁରୋହିତ, ଉପସଭାପତି ସଂଜିତ ଭୂୟାଁ, ଡ. ସୁବିଜ୍ଞ ଗଡତ୍ୟା, ସାଙ୍ଗଠନିକ ସମ୍ପାଦକ ଜ୍ଞାନ ରଂଜନ ମିଶ୍ର ଯୋଗ ଦେଇଥିଲେ । ଏହି ବୈଠକରେ ସଂଘର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିଶଦ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ଯଥାଶୀଘ୍ର ସଂଘର ପ୍ରମୁଖ ଦାବି ଯଥା, ଚାକିରି ସର୍ତ୍ତାବଳୀ ଓ ପେନ୍‌ସନ୍‌କୁ ଲାଗୁ କରିବାପାଇଁ, ସମସ୍ତେ ଦୃଢ ମତ ପୋଷଣ କରିଥିଲେ । ୪୮୮ବର୍ଗର ଏକ ମାତ୍ର ପଞ୍ଜୀକୃତ ସଂଘ ଭାବରେ ସରକାରଙ୍କ ବିଭିନ୍ନ ଶିକ୍ଷକ ସମସ୍ୟା ସମ୍ବନ୍ଧୀୟ ଆଲୋଚନା ସମୟରେ ଏହି ସଂଘକୁ ପକ୍ଷଭୁକ୍ତ କରିବାପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ତା ୦୧-୦୧-୨୦୧୮ରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଘୋଷଣା କରିଥିବା ବେଳେ, ବ୍ଲକ୍‌ ଗ୍ରାଣ୍ଟ ଓ ପୂର୍ଣ୍ଣ ଅନୁଦାନ ମଧ୍ୟରେ ଥିବା ଏକମାତ୍ର ପାର୍ଥକ୍ୟ ଚାକିରି ସର୍ତ୍ତାବଳୀକୁ ଏପର୍ଯ୍ୟନ୍ତ ଲାଗୁ କରା ହୋଇନଥିବାରୁ ସଭାପତି ଶ୍ରୀ ପୁରୋହିତ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ । ବିଭିନ୍ନ ସମୟରେ ଶିକ୍ଷକ କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବୀ ସପକ୍ଷରେ ଉଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କରିଥିଲେ ସୁଦ୍ଧା ପୂର୍ବତନ ସରକାର ତାର ଅନୂପାଳନ ନକରି ରାୟ ବିରୁଦ୍ଧରେ ଉଚ୍ଚତମ ନ୍ୟାୟାଳୟକୁ ଯିବା ସହିତ ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୂତନ ରାଜ୍ୟ ସରକାର ଏହିବର୍ଗ ଶିକ୍ଷକ କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବୀ ଯଥା ଚାକିରୀ ସର୍ତ୍ତାବଳୀ ଏବଂ ପେନ୍‌ସନ୍‌କୁ ବ୍ୟବସ୍ଥିତ କରିବା କ୍ଷେତ୍ରରେ ସକାରାତ୍ମକ ପଦକ୍ଷେପ ନେବା ପାଇଁ ଶ୍ରୀ ପୁରୋହିତ ଦାବୀ ରଖିବା ସହିତ ଦୃଢ଼ ଆଶା ପୋଷଣ କରିଥିଲେ । ବୈଠକରେ ଆଲୋକ ନାୟକ, ହରିପଦ ମାଇତି, ଉଦିତ ପଟେଲ, ଲତା ନାୟକ, ତବସୁମ୍ ବାନୋ, ସନ୍ଧ୍ୟା କୋଲେ, ରଞ୍ଜନ ମହାପାତ୍ର, ପ୍ରଶାନ୍ତ ଚଇନି, ଅଜୟ ଦାସ, ଅକ୍ଷୟ ସାହୁ, ଚନ୍ଦ୍ରକାନ୍ତ ରଥ, ଶ୍ରୀକାନ୍ତ ନାୟକ, ଦେବାଶିଷ ସାହୁ, ସତ୍ୟରଞ୍ଜନ ପଣ୍ଡା, ସରୋଜ ମହାପାତ୍ର ପ୍ରମୁଖ ଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ । ଏହି ସଭାରେ ସୁନ୍ଦରଗଡ ଜିଲ୍ଲା ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏହି ବୈଠକକୁ ସପନ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ, ଶ୍ରୀମତୀ ପୁଷ୍ପଲତା ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

purusottam
Leave A Reply

Your email address will not be published.