p purohi

ମାନ୍ଦଲା କ୍ଳଷ୍ଟରରେ ଜାତୀୟ ବିଜ୍ଞାନ ଦିବସ ଓ ମାସିକ ବୈଠକ ଅନୁଷ୍ଠିତ

dr. purohit

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ମାନ୍ଦଲା କ୍ଳଷ୍ଟର ଅନ୍ତର୍ଗତ କମେଇମୁଣ୍ଡା ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଧନସିଂ ମାଝୀଙ୍କ ତତ୍ତ୍ୱାବଧାନରେ ଏଗାରଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛବିଶ ଜଣ ଏଫଏଲଏନ ଶିକ୍ଷକ ଯୋଗ ଦେଇଥିଲେ । ଚଳିତ ଶିକ୍ଷା ବର୍ଷର ଶେଷ ବୈଠକରେ ଯାଦୁ ପେଡି, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ପରିଚାଳନା, ଶିକ୍ଷଣ ପର୍ଯ୍ୟବେକ୍ଷଣ ସାଧନୀ, ସୋପାନ ରେଜିଷ୍ଟର ଉପରେ ଆଲୋଚନା କରାଯାଇଥିଲା । ବୈଠକ ଶେଷରେ ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଥିଲା । ଚଳିତ ବର୍ଷ ବାଳିକାମାନଙ୍କୁ ବିଜ୍ଞାନ ଶିକ୍ଷାରେ ଯୋଡିବା ସହିତ ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ହେଉଛି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଟେ ବୋଲି ଶ୍ରୀ ଦାଶ କହିଥିଲେ । ଏହି ବୈଠକକୁ ତୁରେକେଲା ସଂଯୋଜକ ତଥା ଶିକ୍ଷକ ପ୍ରଶିକ୍ଷକ ଜ୍ଞାନେନ୍ଦ୍ର ମଲ୍ଲିକ ପରିଦର୍ଶନରେ ଆସିଥିଲେ । ବୈଠକରେ ଶିକ୍ଷକ ଅକୃର ପୁଟା, ହରିଶଙ୍କର ସାହୁ, ପ୍ରମୋଦ ମାଝୀ, ବିମଳ ହାତୀ, ବୈଷ୍ଣବ ବେହେରା, ସୁବାଷ ଧରୁଆ, ମଣି ମାଝୀ, ଲକ୍ଷ୍ମଣ ସୁନା, ଅଲେଖ ବନଗୋଲା, ହେମାନନ୍ଦ ତାଣ୍ଡୀ, ରାଜ କିଶୋର ସେଠ, ନୀରୋଦ ଭୁଏ, ସୁରେଶ ମାଝୀ, ରଜନୀ ରାଉତ, ଯଶୋବନ୍ତୀ ପୁଟେଲ, ଡିଙ୍କେଶ୍ୱରୀ ମାଝୀ, କଲ୍ୟାଣୀ ମହାନନ୍ଦ, ଲକ୍ଷ୍ମୀ ମାଝୀ, ଲଳିତ କୁଅଁର, ରାଜୁ ଦୀପ, ପରକ୍ଷୀତ ମାଝୀ, ବିନୋଦ ବଉକ, ଶରତ ମାଝୀ, ଅନିଶା ସାହୁ, ବଲ୍ଲଭୀ ଭୁଏ, ତାରା ପ୍ରଧାନ ଅଂଶ ଗ୍ରହଣ କରିଥିଲେ ।

nrusinghnath
Leave A Reply

Your email address will not be published.