csstore

ନବଦିନାତ୍ମକ ବନଦୁର୍ଗା ଶେଷ ଦିବସରେ ନବକୁମାରୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରେ ନବଦିନାତ୍ମକ ପୂଜା ନବରାତ୍ରୀ ପର୍ବର ପୂର୍ଣ୍ଣାହୁତି ଉପଲକ୍ଷେ ନବକୁମାରୀ ଝିଅ ମାନଙ୍କର ମାଁ ଦୁର୍ଗାଙ୍କର ନବ ଅବତାର ଉଦ୍ଦେଶ୍ୟରେ ଓ ୯ ଦିନ ଉପବାସରେ ଥିବା ଶ୍ରଦ୍ଧାଳୁ ଏହିଦିନ ତାଙ୍କର ସଫଳତା ଏବଂ ଆଧ୍ୟାତ୍ମିକ ଶକ୍ତି ଓ ଉର୍ଯାର ପ୍ରାପ୍ତି ପାଇଁ ନବକୁମାରୀ ପୂଜା କରାହୁଏ । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନର କର୍ତ୍ତା ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ପ୍ରଥମେ କୁମାରୀ କନ୍ୟାଙ୍କ ପାଦ ଧୋଇ ଫୁଲଚନ୍ଦନ ଦେଇ ପୂଜା କରି ସାରିବା ପରେ ଉପାସ କରିଥିବା ଭକ୍ତ ବୃନ୍ଦ କୁମାରୀ କନ୍ୟାଙ୍କ ପୂଜା କରିଥିଲେ । ପଣ୍ଡିତ ରଘୁନାଥ ତ୍ରିପାଠୀ, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ଅଶୋକ ପଣ୍ଡା ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ବନଦୁର୍ଗା ମନ୍ଦିରର ପୂଜାରୀ ପ୍ରଶାନ୍ତ କୁମାର ପଣ୍ଡା, ସଭାପତି ଡ. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଲ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନିଲ କୁମାର ବେହେରା ଓ ପ୍ରଶାନ୍ତ ପଧାନ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.