pakka

କୋଶଳ ମୁକ୍ତି ସେନା ପକ୍ଷରୁ ‘ମୁଇଁ ନାଇ ଯାଏଁ ତାମିଲନାଡୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଗ୍ରାମ ପଂଚାୟତର ଗୁହୁରିଆପଦର ଓ ମନୁପାଲି ଗ୍ରାମରେ କୋଶଳ ମୁକ୍ତି ସେନା ପକ୍ଷରୁ ମୁଇଁ ନାଇଁ ଯାଏଁ ତାମିଲନାଡୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ କୋଶଳ ସ୍ୱାଭିମାନୀମାନେ ମତ ପ୍ରକାଶ କରନ୍ତି କୋଶଳର ଅନ୍ୟ ସମସ୍ୟା ଭିତରେ ଦାଦନ ସମସ୍ୟା ଅନ୍ୟତମ । ଏହି ଅଂଚଳରୁ ଦାଦନ ଭାବେ ଶ୍ରମିକମାନେ ଦାଦନ ଖଟିବାକୁ ଅନେକ ରାଜ୍ୟକୁ ଯାଇଥାନ୍ତି । ପରିତାପର ବିଷୟ ସେମାନଙ୍କ ମଧ୍ୟରୁ ଅନେକ ଶିକ୍ଷିତ ଯୁବଗୋଷ୍ଠୀ ଦାଦନ ଖଟିବାକୁ ଯିବା ନିତିଦିନିଆ କଥା ହୋଇଗଲାଣି । ଏହାର ମୁଖ୍ୟ କାରଣ ହେଉଛି ବେରୋଜଗାର । ଏହିପରି ଅନେକ ସମସ୍ୟା ଭିତରେ ଗତିକରି ଅର୍ଥାଭାବ ହେତୁ ପଶ୍ଚିମ ଓଡିଶାର ମୁଖ୍ୟପର୍ବ ନୂଆଁଖାଇବାକୁ ସେଠାରୁ ଆସି ପାରନ୍ତି ନାହିଁ । ସବୁ ସମସ୍ୟାର ସମାଧାନ ଥିଲେହେଁ, ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଅନେକେ ମତ ପ୍ରକାଶ କରନ୍ତି । ନିର୍ବାଚନ ସମୟରେ ଲୋକସଭା, ବିଧାନସଭାକୁ ପ୍ରାର୍ଥିମାନେ ବିଜୟିହୋଇ ଗଲେ ସୁଦ୍ଧା ଏହି ବିଷୟରେ କେହି ସ୍ୱର ଉତ୍ତୋଳନ ନକରିବା କ୍ଷୋଭର ବିଷୟ ବୋଲି ମଧ୍ୟ ପ୍ରକାଶ କରନ୍ତି । ଆହୁରି ସଭାରେ ଆଲୋଚନା ହୁଏ ନିର୍ବାଚନରେ ପ୍ରାର୍ଥିମାନେ ଗାଁମାନଙ୍କରେ ପ୍ରଚାରରେ ଆସିଲେ ଏହାର ଉଚିତ୍‌ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରତି ବ୍ଲକର ପ୍ରତ୍ୟେକ ଗାଁ ଗାଁ ଯାଇ କରାଯିବ ବୋଲି ମଧ୍ୟ କହନ୍ତି । ଉକ୍ତ କାର୍ଯ୍ୟକ୍ରମରେ କୋଶଳ ସେନା ସଭାପତି ଆକାଶ ରମେଶ ପଣ୍ଡା, ହିତାଂଶୁ ମେହେର, ପ୍ରମୋଦ ସାହୁ, ରାଜୀବ ଲୋଚନ ଭୋଇ, ସନ୍ୟାସୀ ମେହେର, ଶଙ୍ଖନାଦ ସାହୁ, ପ୍ରମୁଖ ଶତାଧିକ କୋଶଳ ସଂଗ୍ରାମ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

thirteen − nine =