pakka

ଆନ୍ତର୍ଜାତିକ ଜୟ ଶ୍ରୀଜଗନ୍ନାଥ ରକ୍ତଦାନ ଦିବସ ପାଳିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଟାଉନ୍‌ ହଲ, ପୁରୀଠାରେ ଅନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ଓ ଇନଷ୍ଟିଚ୍ୟୁଟ ଅଫ ଡିଜିଟାଲ୍‌ ମିଡ଼ିଆ ଟେକ୍ନୋଲୋଜି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରକ୍ତଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦୂର କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସଂସ୍ଥାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ ତ୍ରିପାଠୀ ନିଜର ମନ୍ତବ୍ୟ ରଖିଛନ୍ତି । ଶିବିରରେ ସର୍ବମୋଟ ୩୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ରାଜ୍ୟ ରେଡ୍‌କ୍ରସ୍‌ କଟକ ଶାଖାର ସହଯୋଗ କ୍ରମେ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ପଦ୍ମ ଲୋଚନ ମହାପାତ୍ର ରକ୍ତଦାନ ଶିବିରଟିକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ଜଗଦଗୁରୁ କ୍ରିପାଲୁ ବିଶ୍ୱବିଦ୍ୟାଳୟର ଉପକୁଳପତି ଡ଼କ୍ଟର ଅନିଲ ବାଜପାୟୀ, ପୂର୍ବତନ ପ୍ରଶାସକ ମଧୁସୂଦନ ମିଶ୍ର, ଶ୍ରୀମନ୍ଦିର ପାଇକା ନିଜୋଗର ସଚିବ ନୀଳମଣି ଗୁରୁ, ଚିଦାନନ୍ଦ ବିଶ୍ୱ ଶାନ୍ତି ପ୍ରତିଷ୍ଠାନର ପ୍ରତିଷ୍ଠାତା ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ, ଡ଼କ୍ଟର ଜଗବନ୍ଧୁ ମିଶ୍ର, ଗୌରୀ ଶଙ୍କର ସିଂହାରୀ, ବରିଷ୍ଠ ସମାଜସେବୀ ବଦ୍ରି ମିଶ୍ର, ପ୍ରମୁଖ ସଂମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍‌ଯାପନୀ ସମାରୋହରେ ଅତିଥିମାନେ ରେଡ୍‌କ୍ରସ୍‌ କଟକ ଶାଖାର ବିବିଓ ଡାକ୍ତର ବିନାୟକ ପୃଷ୍ଟି ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ବିକାଶ ପ୍ରସାଦଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂମ୍ମାନିତ କରିଥିଲେ । ମଞ୍ଚାସୀନ ଅତିଥି ଏବଂ ଅନୁଷ୍ଠାନ ପରିଚାଳନା କମିଟିର ସଦସ୍ୟମାନେ ଆନ୍ତର୍ଜାତିକ ଜୟ ଶ୍ରୀଜଗନ୍ନାଥ ଦିବସକୁ ଆଗାମୀ ଦିନରେ “ଆନ୍ତର୍ଜାତିକ ଜୟ ଶ୍ରୀଜଗନ୍ନାଥ ରକ୍ତଦାନ ଦିବସ” ରୂପେ ପାଳନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ସାମ୍ପ୍ରତିକ ସମୟରେ ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ବି ରକ୍ତର ବିକଳ୍ପ ଉଦ୍ଭାବନ ସମ୍ଭବ ହୋଇପାରି ନାହିଁ । ଈଶ୍ୱର ସର୍ବ ବିଦ୍ୟମାନ, ମାନବ ସେବା ହିଁ ମାଧବ ସେବା, ଏହି ଦୀକ୍ଷାରେ ଦୀକ୍ଷିତ ହୋଇ ସମାଜର ପ୍ରତ୍ୟେକ ବ୍ୟକ୍ତି ପ୍ରତି ବର୍ଷ ଅତି କମରେ ଦୁଇ ଥର ରକ୍ତଦାନ କରିବା ଉଚିତ୍‌ । ରକ୍ତଦାନ ଯେ କେବଳ ଜଣେ ବ୍ୟକ୍ତିର ଜୀବନ ବଞ୍ଚାଇବାରେ ସହାୟକ ହେବ ତାହା ନୁହେଁ, ପୁର୍ଣ୍ଣ୍ୟ ଅର୍ଜନ ଓ ଈଶ୍ୱର ପ୍ରାପ୍ତିର ଏହା ହେଉଛି ଶ୍ରେଷ୍ଠ ମାର୍ଗ ବୋଲି ଶ୍ରୀ ତ୍ରିପାଠୀ ନିଜ ବ୍ୟକ୍ତବ୍ୟରେ ଉପସ୍ଥାପନ କରିଛନ୍ତି ।

Leave A Reply

Your email address will not be published.

8 + 16 =