pakka

ମଧୁବୈଶ୍ୟ ସମାଜର ବାର୍ଷିକୋତ୍ସବ ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ଗଣେଶ ମନ୍ଦିର ପରିସରରେ ମଧୁବୈଶ୍ୟ ସମାଜର ୪୫ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଇସ୍ପାତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଭବାନୀ ଶଙ୍କର ଚନ୍ଦେଲ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧୁବୈଶ୍ୟ ସମାଜର ବିିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଆଇଜିଏଚ୍‌ର ଡେପୁଟି ଡାଇରେକ୍ଟୋର୍‌ ମଧୁମିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂଗଠନର ଏକତା ଓ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକାରୀ ସଭାପତି ଅନ୍ତର୍ଯ୍ୟାମୀ ସାହୁ ଅତିଥିମାନଙ୍କୁ ସ୍ଵାଗତ କରିଥିବା ବେଳେ ସଭାପତି ନକୁଳ ଚନ୍ଦ୍ର ସାହୁ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କାମିନୀ ମେଧା ଓ ସୀତା ମେଧା ପୁରସ୍କାର ବାବଦରେ ନଗଦ ଅର୍ଥ ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ମଧୁବୈଶ୍ୟ ସମାଜର ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଧାରଣ ସମ୍ପାଦକ କାଶୀନାଥ ସାହୁ ବାର୍ଷିକ ବିବରଣୀ ଓ ଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ସାହୁ, ସୁଦୀପ୍ତ କୁମାର ସାହୁ, ତ୍ରିଲୋଚନ ପୃଷ୍ଟି, ଅକ୍ଷୟ ସାହୁ, ଅଶୋକ ସାହୁ, ଚନ୍ଦ୍ରକାନ୍ତ ସାହୁ, ନରେନ୍ଦ୍ର ସାହୁ, ଗଙ୍ଗାଧର ସାହୁ, ନିମାଇଁ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

three × 4 =