oom

ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନାଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରମୋଦ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ଲିଙ୍ଗରାଜ ପ୍ରଧାନ, ଡେପୁଟୀ କମିଶନର (ଜିଏସଟି) ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ପ୍ରକୃତିବନ୍ଧୁ ମୀନକେତନ ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ରେଣୁଧର ସାହୁ, ପ୍ରକୃତିପ୍ରେମୀ ଓମପ୍ରକାଶ ଅଗ୍ରୱାଲ ଓ ପୁରେନା ନୋଡାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ମିତ୍ରଭାନୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ବିଶ୍ୱ ଉତ୍ତାପନ ହିଁ ଅସନ୍ତୁଳିତ ଜଳବାୟୁର ମୁଖ୍ୟ କାରଣ ଓ ବ୍ୟାପକ ବୃକ୍ଷରୋପଣ ହିଁ ଏହାର ସମାଧାନ ଏହି ଲକ୍ଷ୍ୟ ନେଇ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ଼ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ଏହି ଉପାଦେୟ କାର୍ଯ୍ୟକ୍ରମଟିରେ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଗୋଟିଏ ଚାରା ନିଜ ବାଡି ପଟେ ଲଗାଇବା ପାଇଁ ପ୍ରଦାନ କରାଯାଇଥିଲା ଓ ଆସନ୍ତା ବର୍ଷ ଯାହାର ଗଛ ଠିକ୍ ଭାବରେ ବଢ଼ିଥିବ ତାକୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରାଯାଇଥିଲା । ପରି ଶେଷରେ ମିତ୍ରଭାନୁ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ବୁଲୁ ମଲିକ ଓ ସୁରେଶ ପଟେଲ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.