
- ୬ଜଣ ଅଗ୍ରଣୀ ଚାଷୀଙ୍କୁ କୃଷିକାର୍ଡ ପ୍ରଦାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୃଷି ବିଭାଗ ତରଫରୁ ଶନିବାର ଦିନ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁରିବାହାଲ ବ୍ଲକର ୬ଜଣ ଅଗ୍ରଣୀ ଚାଷୀଙ୍କୁ କୃଷି କାର୍ଡ ବଣ୍ଟନ କରାଯାଇଥିଲା । ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ମେ ୨୯ ତାରିଖଠାରୁ ଆସନ୍ତା ଜୁନ ୧୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅଭିଯାନରେ ମୁରିବାହାଲ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା ଉଦ୍ୟାନବିଭାଗ ଉପନିର୍ଦ୍ଦେଶକ ସୁଦେଶ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯାନରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ବିଭାଗର ବିଭିନ୍ନ ଯୋଜନା ଦ୍ୱାରା ଗ୍ରାମାଞ୍ଚଳ କୃଷକମାନେ କିପରି ଲାଭବାନ ହୋଇପାରିବେ ସେ ଉପରେ ଆଲୋକପାତ କରିଥିଲେ । ସମ୍ମାନୀୟ ଅତିଥି ଭାବରେ ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ସ୍କିମ ଅଧିକାରୀ ସୁନନ୍ଦା ସାହୁ, ସହକାରୀ ଉଦ୍ୟାନ ଅଧିକାରୀ ମନବୋଧ ମାଝୀ, ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ର ଫାର୍ମ ମ୍ୟାନେଜର ସାଗରୀକା ମୁନା, କୃଷି ବୈଜ୍ଞାନିକ ଦେବଶ୍ରୀ ସରକାର, ବ୍ଲକ କୃଷି ଅଧିକାରୀ ଆନନ୍ଦ ମଲ୍ଲିକ, ବ୍ଲକ ପ୍ରାଣୀସମ୍ପଦ ଅଧିକାରୀ ଅଞ୍ଜନ କୁମର ମଲ୍ଲିକ, ବ୍ଲକ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ସୀମା ପଧାନ, ହଳଦୀ ଏଏଓ ଗୁଲସନ କୁମାର ମହନ୍ତ, ମୁରିବାହାଲ ଏଏଓ ଅବିନାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି କୃଷକର ଚାଷ ଦ୍ୱାରା ବିକାଶ, ମୃତ୍ତିକା ପରବର୍ତ୍ତୀ ଯୋଜନା, ପିଏମ କିସାନ ଯୋଜନା, ସମୃଦ୍ଧ କୃଷକ ଯୋଜନା, ସିଏମ, କିସାନ, ଶ୍ରୀ ଅନ୍ନ ଯୋଜନା, କୃଷି ଯାନ୍ତ୍ରିକ କରଣ, ଶୀତଳ ଭଣ୍ଡାର ପ୍ରତିଷ୍ଠା, ଆଳୁ ଚାଷକୁ ପ୍ରୋତ୍ସାହନ ଓ ବିଭିନ୍ନ ଯୋଜନା ବିଷୟରେ ବିଷଦ ଭାବରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁରିବାହାଲ ବ୍ଲକର ୬ଜଣ ଅଗ୍ରଣୀ ଚାଷୀ ତରଣୀସେନ ହଂସ, ରାଧେଶ୍ୟାମ ପଧାନ, ରବୀନ୍ଦ୍ର ମାହାକୁର, ଭଜନ ନାଗ, ତ୍ରିଭୁବନ ମାଝୀ ଓ ପୁରନ୍ଦର ମହାଲିଙ୍ଗଙ୍କୁ କୃଷିକାର୍ଡ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏଟିଏମ ବିଶ୍ୱରଞ୍ଜନ ବେହେରା, ମା ତାରିଣୀ, ମା ରାଧାରାଣୀ, ସୁଭଦ୍ରା ଓ ଡ଼ଙ୍ଗରବୁଢା ଏସଏଚଜି ସହଯୋଗ କରିଥିବା ବେଳେ ଅଗ୍ରଣୀ ମହିଳା ଚାଷୀ ଜ୍ୟୋସ୍ନା ସେଲମା ନିଜେ କରିଥିବା ଜିଆଖତ ଓ ଚାଷ ବିଷୟରେ ଅବଗତ କରିଥିଲେ ।