jayashree

ତୁରେକେଲା ବ୍ଲକସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍ ହ୍ୟାଣ୍ଡବଲ ଚୟନ ଶିବିର ଅନୁଷ୍ଠିତ

  • ତୁରେକେଲା ବ୍ଲକରୁ ଚୟନ ହେବେ କ୍ରୀଡ଼ାବିତ୍
  • ତୁରେକେଲା ବ୍ଲକରୁ ବାହାରିବେ ପ୍ରତିଭା

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକସ୍ତରୀୟ ହ୍ୟାଣ୍ଡବଲ ଚୟନ ଶିବିର ପିଏମ୍‌ଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଟୁଅନକା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଚୟନ ପ୍ରକ୍ରିୟାରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୧୪ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ବିଭାଗର ଅନେକ ଖେଳାଳି ଭାଗ ନେଇଥିଲେ । ଆୟୋଜିତ ଉଦ୍‌ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ତୁରେକେଲା ଏବିଇଓ ଜଗବନ୍ଧୁ ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ହିଆଁଲ କ୍ଲଷ୍ଟର ସିଆରସିସି ବିରଞ୍ଚି ନାରାୟଣ ଦାଶ, ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର କୁଅଁର, ଅଶୋକ ତରିଆ, ସମାଜସେବୀ ଥମିର ଛତ୍ରିଆ, ଏସ୍‌ଏମ୍‌ସି ସଭାପତି ଚମାର ବଏ, ବିଏସ୍‌ଏସ୍‌ଏ ସେକ୍ରେଟାରୀ ଶୁଭେନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । କ୍ରୀଡ଼ା ଶିକ୍ଷକ ଉପେନ୍ଦ୍ର ଚନ୍ଦନ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ । ସଭାପର୍ଯ୍ୟାୟ ପରେ ଆଗତ ଖେଳାଳିମାନଙ୍କୁ ନେଇ ହ୍ୟାଣ୍ଡବଲ ଚୟନ ଶିବିର ଆରମ୍ଭ କରାଯାଇଥିଲା । ଯେଉଁଥିରେ ଖେଳାଳିମାନେ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଚୟନ ହୋଇଥିବା ଖେଳାଳିମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ବିଏସ୍‌ଏସ୍‌ଏ ସେକ୍ରେଟାରୀ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । ଏହି ଶିବିରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକ କୃଷ୍ଣଚନ୍ଦ୍ର ବାରିକ, ରାଜେନ୍ଦ୍ର ସେଠ, ଅମିତ ପାଣିଗ୍ରାହୀ, ସୁଶାନ୍ତ ରାଉତ, ଡିଙ୍ଗର ମାଝୀ, ମନୋଜ ମହାପାତ୍ର, ରାଜେନ୍ଦ୍ର ଧରୁଆ, ପ୍ରଶାନ୍ତ ମେହେର, ହରିବନ୍ଧୁ ମେହେର, ନିକିତା ସେଠ, ଆନନ୍ଦ ମିର୍ଦ୍ଧା ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.