jayashree

ପିକେଏସ ଫାଉଣ୍ଡେସନର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ମୁରଶୁଣ୍ଡ ମିନି ଷ୍ଟାଡିୟମ ଠାରେ ପିକେଏସ୍ ଫାଉଣ୍ଡେସନର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ଶିକ୍ଷକ ନେତା ପ୍ରଫୁଲ୍ଲ କୁମାର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ଫାଉଣ୍ଡେସନ ପକ୍ଷରୁ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ସଭାରେ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ମଞ୍ଚର ସଭାପତି ନିହାଲ୍ ସିଂ(ପ୍ରେମରାଜ ନିଆଲ)ଙ୍କ ଆବାହକତ୍ୱରେ କୃଷକ ନେତା ଲିଙ୍ଗରାଜ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ । ସୋନପୁର ଜିଲ୍ଲା ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାନନ୍ଦ କର୍ମୀ, କୋଶଳୀ କବି ସୁଶାନ୍ତ ବାଗ, ଡଃ. ସୁଶୀଲ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୂଜ୍ୟପୂଜା ପରମ୍ପରା କ୍ରମେ ଡାକ୍ତର ମଞ୍ଜୁବାଳା ପଣ୍ଡାଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର, ଯୁବ ପ୍ରଶାସକ ତଥା ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ଣ୍ଣ ସୁନାଙ୍କୁ ମନୋରଞ୍ଜନ ପଧାନ ସ୍ମୃତି ସମ୍ମାନ, ଅବସରପ୍ରାପ୍ତ ଶିକ୍ଷକ ଦୁଃଖିଶ୍ୟାମ ନାଏକଙ୍କୁ ଧ୍ୱଜାରାମ ସ୍ମୃତି ସମ୍ମାନ, ଭାରତୀୟ ସେନାରୁ ଅବସରପ୍ରାପ୍ତ ସୈନିକ ବନମାଳୀ ପଧାନ, ଯୁବ କବି ଅର୍ଜୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୋଗୀସର୍ଡା ସେକ୍ଟର ସୁପରଭାଇଜର ସରୋଜ କୁମାର ରଣା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜୟନ୍ତୀ ରାଣୀ ସେଠୀ, ମଧୁମିତା ଛତ୍ରିଆ, ପନିନା ଛତ୍ରିଆଙ୍କ ଉପସ୍ଥିତିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ପଙ୍କଜ ଜାଲ, ଗାୟିକା ମାନସୀ, ହାସ୍ୟ ଅଭିନେତା ବିନ୍ଦୁଙ୍କ ଦ୍ଵାରା ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓବିସି ଅଧିକାର ପ୍ରବକ୍ତା ଆନନ୍ଦ ପଧାନ ମାନପତ୍ର ପାଠ କରିଥିଲେ । ଫାଉଣ୍ଡେସନର ପ୍ରତିଷ୍ଠାତା ମୃତ୍ୟୁଞ୍ଜୟ କୁମାର ସାହୁ ସଂଯୋଜନା କରିଥିବା ବେଳେ ବଂଶୀଧର ମେମୋରିଆଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପଧାନ ଧନ୍ୟବାଦ ଦେଇଥିଲେ । ମହେନ୍ଦ୍ର ମହାକୁର, କୂଳଦୀପ ପଣ୍ଡା, ଆନନ୍ଦ ସାହୁ, ବିରେନ୍ଦ୍ର, ମହେନ୍ଦ୍ର ପ୍ରଧାନ, ସୁରେଶ ପଧାନ, ଟୁନା ସାହୁ, ସୁରଜିତ ପଣ୍ଡା ଅନ୍ୟାସୀ ବିଶ୍ୱାଳ ସହଯୋଗ କରିଥିଲେ ।

Leave A Reply

Your email address will not be published.