jayashree

କପିଲାଭଟା ଗ୍ରାମ ପଞ୍ଚାୟତ ହାଇସ୍କୁଲର ୨୦ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମପଞ୍ଚାୟତ ହାଇସ୍କୁଲର ୨୦ ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ସାହାଜିକଟେନଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରାଯାଇ ମଶାଲ ଆଣି କ୍ରୀଡା ସ୍ଥଳରେ ସ୍ଥାପନ କରାଯାଇଥିଲା । ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭୁସଲାଡ଼ ଭୀମଭୋଇ ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ଓଷ୍ଟା ସଂଗଠନର ଜିଲ୍ଲା ଉପସଭାପତି ସନ୍ତୋଷ ମିଶ୍ର, ମୁଖ୍ୟବକ୍ତା ଭାବେ ବିଶିଷ୍ଠ କଣ୍ଠଶିଳ୍ପୀ ଦୁର୍ଦ୍ଦକ୍ଷ ହଂସ, ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପରମେଶ୍ୱର ମହାନନ୍ଦ, କପିଲାଭଟା ସମିତି ସଭ୍ୟ କେଦାର ଭୋଇ, ସରପଞ୍ଚଙ୍କ ପ୍ରତିନିଧି ତେଜରାଜ ଭୋଇ, ପରିଚାଳନା କମିଟି ସଦସ୍ୟ କୁଷଧ୍ୱଜ ବେହେରା, ଆଲୁମନି କମିଟି ସଭାପତି ପୃଥିରାଜ ବାଗ, ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ନାଏବ ସରପଞ୍ଚ ଝସକେତନ ସାହୁ, ସ୍ୱେଚ୍ଛାସେବୀ ଧର୍ମେନ୍ଦ୍ର ଦାସ, ପରିଚାଲନା ସମିତି ସଦସ୍ୟା ଶାନ୍ତି ବାଗ, ଶୋଭାକର ନାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବରିଷ୍ଠ ଶିକ୍ଷକ ଶିବରାମ ସ୍ୱାଇଁ ସଭାକୁ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ବରୁଣ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଲଙ୍ଗ ଜମ୍ପ, ହାଇ ଜମ୍ପ, ମ୍ୟୁଜିକ ଚେୟାର ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ନୀଳମଣି ବିଶି ପରିଚାଳନା କରିଥିଲେ । ଏଥିରେ ଶିକ୍ଷକ କିରଣ କୁମାର ପ୍ରଧାନ, ଯୋଗିଚନ୍ଦ୍ର ବିଶି, କିରାଣୀ ବୃନ୍ଦାବନ ବେହେରା, କର୍ମଚାରୀ ଗଣେଶ ବିଶି, ତୁଲାରାମ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.