
ପଦ୍ମପୁର, (ନିରୋଜ କୁମାର ପାଣୀ) : ନବପ୍ରଭାତ ବିଦ୍ୟାୟତନଠାରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷାଗତ ମେଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ନିରଞ୍ଜନ ମହାପାତ୍ର, ରବିଶଙ୍କର ପଧାନ ଏବଂ ଦେବାଶିଷ ନାୟକ । ଏହି ଶିକ୍ଷା ମୂଳକ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ନବପ୍ରଭାତର ତିନୋଟି ଶାଖା ଯଥା – ନବପ୍ରଭାତ ବିଦ୍ୟାୟତନ, ନବପ୍ରଭାତ ଗୁରୁକୂଳ, ସ୍ୱଜ୍ୟୋତି କନ୍ୟା ଗୁରୁକୂଳର ଛାତ୍ରଛାତ୍ରୀମାନେ ୧୭୮ ଟି ପ୍ରକଳ୍ପ ସହ ଅଂଶଗ୍ରହଣ କରି ଶିକ୍ଷା କ୍ଷେତ୍ରରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଭାବେ ଘେଁସ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ହରେକୃଷ୍ଣ ସାହୁ, ଜମଳା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁ, ପୂର୍ବତନ ଏବିଇଓ ଶିବପ୍ରସାଦ ଯୋଶୀ, ଇଚ୍ଛା ପାଳି ବିଦ୍ୟାଳୟର ପ୍ରଧାନଶିକ୍ଷକ ଲାବଣ୍ୟ କୁମାର ପଧାନ, ଝିଟିକି ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୁନିକେଲର ଅବସର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ ଏବଂ ଘେଁସ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ରିଙ୍କୁ ହାତୀ ତାଙ୍କର କାର୍ଯ୍ୟ ସମ୍ପାଦନ କରିଥିଲେ । ମୁଖ୍ୟ ଅତିଥି ଭାବେ ଦୟାନନ୍ଦ ଶର୍ମା, ଦକ୍ଷିଣ ଆଫ୍ରିକା ନିଜର ସମ୍ଭାଷଣ ଦ୍ୱାରା ବିଦ୍ୟାର୍ଥୀମାନଙ୍କ ଦକ୍ଷତାର ପ୍ରଶଂସା କରି ଶିକ୍ଷା କ୍ଷେତ୍ରରେ ଆଗେଇ ଯିବା ପାଇଁ ପଥ ପ୍ରଦର୍ଶନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ ନବପ୍ରଭାତ ବିଦ୍ୟାୟତନର ମାର୍ଗଦର୍ଶକ ତେଜରାଜ ସାହୁ, ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ମହୀପାଳ ସ୍ୱାଇଁ, ଡ଼.ସୁବାଷ ନାୟକ, ପ୍ରେମାନନ୍ଦ ବାରିକ, ନବପ୍ରଭାତ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସଭାପତି ଆଚାର୍ଯ୍ୟ ଭଗବାନ ଦେବ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ‘କ’ ବିଭାଗର ବିଜେତା ତନବି ମିଶ୍ର, ଅଙ୍କିତ ମେହେର ଏବଂ ଆରୋହୀ ମେହେର , ‘ଖ’ ବିଭାଗର ପୂଜନ ପ୍ରଭା ଦଳେଇ, ଆରୀୟନ ସାହୁ ଏବଂ ଅନିକେତ ବେହେରା ‘ଗ ‘ ବିଭାଗର ବିଜେତା ଶ୍ରେୟା ବିଶ୍ୱାଳ, ଗୀତିକା ଭୁଏ, ପୂଜା ବିଶ୍ୱାଳ, ଆଂଚଳ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ଜସ୍ମିନ ପଧାନ, ରିୟା ମେହେର, ପ୍ରିତମ ପୋଡ଼ର, ‘ଘ ‘ ବିଭାଗର ବିଜେତା ଶ୍ରୀମୟୀ ନାୟକ, ସିମରନ କର୍ମୀ, ବେଦାଂଶୀ ଶତପଥି, ଦେବାଂଶ ଯୋଶୀ, ରାହୁଲ ସ୍ୱାଇଁ ଏବଂ କ୍ଷୀରସିନ୍ଧୁ ନାଗ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସୁଧାରାଣୀ ଦୋରା ଏବଂ ସ୍ମୃତିଶିଖା ପ୍ରଧାନ ମଞ୍ଚ ସଂଚାଳନ କରିଥିଲେ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟର କର୍ମୀମାନେ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ । ପରିଶେଷରେ ଦେବାଶିଷ ନାୟକଙ୍କ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା ।