୧୧ତମ ଖ୍ରୀଷ୍ଟମାସ କପ ଅନୁଷ୍ଠିତ

  • ଫାଇନାଲ୍‌ରେ ବୁରୋମୁଣ୍ଡା ଓ ଖଏରପାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦିପ୍ତିପୁର ଠାରେ ୧୧ତମ ଖ୍ରୀଷ୍ଟମାସ କପ ଅନୁଷ୍ଠିତ ହୋଇଯାଇଛି । ଆଜିର ଚତୁର୍ଥ ଦିବସରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ତେଲମହୁଲ ଦଳ ଓ ବୁରୋମୁଣ୍ଡା ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏଥିରେ ତେଲମହୁଲ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭର୍‌ରେ ୧୪୫ ରନ୍‌ କରିଥିଲା । ତାର ଜବାବରେ ୧୧ ଓଭର୍‌ରେ ୧୫୦ ରନ୍‌ କରି ବିଜୟୀ ହୋଇ ଫାଇନାଲ୍‌କୁ ପ୍ରବେଶ କରିଛି । ମ୍ୟାନ ଅଫ ଦି ମ୍ୟାଚ୍‌ ବୁରୋମୁଣ୍ଡା ଦଳର ଖେଳାଳି ବିରେନ ୧୪ଟି ବଲରେ ୪୯ରନ କରି ୧ଟି ୱିକେଟ ନେଇ ପୁରସ୍କୃତ ହୋଇଥିଲେ । ଦ୍ୱିତୀୟ ସେମିଫାଇନାଲ୍‌ ଜମଲା ଦଳ ଓ ଖଏରପାଲି ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଜମଲା ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭର୍‌ରେ ଅଲଆଉଟ ହୋଇ ୮୬ ରନ୍‌ କରିଥିଲେ । ତାଜବାରେ ଖଏରପାଲି ଦଳ ୧୦.୨ ଓଭର୍‌ରେ ୫ଟି ୱିକେଟ ହରାଇ ୮୭ ରନ୍‌ କରି ବିଜୟୀ ହୋଇ ଫାଇନାଲ୍‌କୁ ପ୍ରବେଶ କରିଛି । ଖଏରପାଲି ଦଳର ପ୍ରଶାନ୍ତକୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କୃତ କରାଯାଇଥିଲା । ଆଜିର ଦିବସରେ ଅତିଥି ଭାବେ ସଞ୍ଜୟ ଦୀପ, ରାଜେଶ ରଞ୍ଜନ କୁମାର, କେମାଇକେଲ ନାଗ, ସୁଜୟ ସାଗର ଯୋଗ ଦେଇଥିଲେ । ଆସନ୍ତା କାଲି ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବା ସହ ଅସହାୟ ବୃଦ୍ଧା, ଅନାଥ ଶିଶୁ, ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ କମ୍ବଳ, ସ୍କୁଲ ଡ୍ରେସ୍‌, ଖେଳ ସାମଗ୍ରୀ ବଣ୍ଟନ ସହ ବିଜେତା ଦଳକୁ ୧୮ ହଜାର ନଗଦ ରାଶି ସହ ସୁନ୍ଦର ଟ୍ରଫି ଏବଂ ଉପବିଜେତା ଦଳକୁ ୧୨ ହଜାର ନଗଦ ରାଶି ସହିତ ସୁନ୍ଦର ଟ୍ରଫି ପ୍ରଦାନ କରାଯିବ ବୋଲି ସଭାପତି ସୁଜୟ ସାଗର ସୂଚନା ଦେଇଛନ୍ତି । ଖେଳ ପରିଚାଲନା କରିଥିଲେ ଖ୍ରୀଷ୍ଟଦତ୍ତ ନନ୍ଦ, ସୁମିଲ ବେହେରା, ଅନ୍ତର୍ଯ୍ୟାମୀ ପଧାନ, ଶନମ ସାହୁ ଧାରା ବିବରଣୀ ଶୁଶିଲ କୁମାର ଦୀପ, ସମୀର ନାଗ ଦେଇଥିଲେ । ଖ୍ରୀଷ୍ଟୟ ଯୁବ ସଂଗଠନ ସହଯୋଗ କରିଥିଲା ।

Leave A Reply

Your email address will not be published.

twenty + 8 =

error: Content is protected !!