jsm

ନରସିଂହ ସେନା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନରସିଂହ ସେନା ତରଫରୁ ପ୍ରଥମ ଥର ପାଇଁ ସରକାରୀ କୋଭିଡ୍‌ ନିୟମ ଅନୁଯାୟୀ ଛତାମଖନା ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ବିଧାୟକ ପ୍ରବୀଣ ରାଜନୈତିଜ୍ଞ ନରସିଂହ ମିଶ୍ରଙ୍କ ୮୧ତମ ଜନ୍ମ ଦିବସରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଏଆଇସିସି ସଭ୍ୟ ତଥା ପିସିସି ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର ଯୋଗଦାନ କରି ଶିବିରକୁ ଆନୁଷ୍ଠାନିକ ଉଦ୍‌ଘାଟନ ପୂର୍ବକ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ ଅନେକ ପୁରୁଷ ଓ ମହିଳା ରକ୍ତଦାତାଙ୍କ ସମେତ ମୋଟ ୬୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଶିବିରଟି ଯୁବ ସଂଗଠକ ତଥା ସମାଜସେବୀ ଶୁଭ୍ରାଂଶୁ ଶେଖର ପଣ୍ଡା ସଭାପତି ନରସିଂହ ନେତାଙ୍କ ଉଦ୍ୟମ ଓ ନେତୃତ୍ୱରେ ପରିଚାଳିତ ହୋଇଥିବା ବେଳେ, ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ମହିଳା କଂଗ୍ରେସ ସଭାପତି ମିଳନୀ ସାହୁ, ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର, ଜିଲ୍ଲା କଂଗ୍ରେସ ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ପିସିସି ସାଧାରଣ ସଂପାଦକ ଉମାଶଙ୍କର ପଣ୍ଡା, ନଗର କଂଗ୍ରେସ ସଭାପତି ବୁଲୁ ଦାନି, ନଗର କଂଗ୍ରେସ ସଂଯୋଜକ ସଂଜୟ ମିଶ୍ର, ଲୋଇସିଂହା ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁ, ଲୋଇସିଂହା ଜୋନ ସଭାପତି ସରୋଜ ବିଶ୍ୱାଲ, ଦେଓଗାଁ ଜୋନ ସଭାପତି ରାମଜୀ ଚୌଧୁରୀ, ଯୁବନେତା ପପୁ ପାତ୍ର, ଲୋପନ ମିଶ୍ର, ନାସିର ଖାନ ତଥା ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ସହିତ ବରଗଡ ସଦର ବିଧାନସଭା ବିଧାୟକ ପ୍ରାର୍ଥୀ ନିପନ ଦାଶ ଏବଂ ବିଶେଷ ଭାବରେ ଦେଓଗାଁ ବ୍ଲକ କଂଗ୍ରେସ କାର୍ୟ୍ୟକର୍ତ୍ତା ନରେନ୍ଦ୍ର ମିଶ୍ର, ରାଜକିଶୋର ମିଶ୍ର, ସଚ୍ଚିଦାନନ୍ଦ ମିଶ୍ର, ସୁଶାନ୍ତ ପାତ୍ର, କେଶବ କରନ, ଜନ୍ମ ବାରିକ, ସରୋଜ ମେଶ୍ୱା, ସୌରଭ ପ୍ରଧାନ, ଲୁଠା, ତପନ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ କ୍ରମାଗତ ଭାବେ ରକ୍ତଦାନ କରି ପ୍ରେରଣା ଦେଇ ଆସୁଥିବା ମଣିଷ ସାଉନ୍ତପୁର ପଂଚାୟତ ସମିତି ସଭ୍ୟ ପଦାର୍ଥ ନନ୍ଦଙ୍କୁ ଉପଢୈାକନ ଓ ମାନପତ୍ର ଦେଇ ସମ୍ମାନିତ କରାଗଲା । ଏ ବର୍ଷ କୋଭିଡ୍‌ ୧୯ ଯୋଗୁଁ ସମସ୍ତ ଜୀବନଶୈଳୀ ବଦଳି ଯାଇଥିବା ସ‌ତ୍ୱେ ଏତେ ମାତ୍ରାରେ ଆସି ନିଜର ବହୁମୁଲ୍ୟ ରକ୍ତଦାନ କରି ଶିବିରକୁ ସଫଳ କରିଥିବାରୁ ସମସ୍ତ ରକ୍ତଦାତାମାନଙ୍କୁ ନରସିଂହ ସେନା ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା ।

yuvodaya
Leave A Reply

Your email address will not be published.