om academy

ମୌଳିକ ସୁବିଧାରୁ ବଞ୍ଚିତ ଯମୁନାର ଦୁଃଖ ଶୁଣ ସରକାର

jsm

ଧର୍ମଗଡ଼, (ଭରତ ବିଶି) : ନାଁ ତା’ର ଯମୁନା ମାଝୀ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ କାଦୋମଲି ଗାଁ ମୁଣ୍ଡରେ କୁଡିଆଟେ । ବୟସ ଅଧପାନ୍ତରିଆ ହେଲାଣି, ହେଲେ ଆଜି ବି ସରକାରଙ୍କ କୌଣସି ମୌଳିକ ସୁବିଧା ପାଇ ପାରିନାହାନ୍ତି ସେ । ନା କିଏ ଆଗରେ ତାର ନା କିଏ ପଛରେ । ଏକଲା ମଣିଷଟେ । ନା ଅଛି ଆଧାର କାର୍ଡ, ନା ଅଛି ଭୋଟର କାର୍ଡ । ମୁଣ୍ଡ ଗୁଞ୍ଜିବାକୁ ଭଲ କୁଡିଆଟେ ବି ନାହିଁ । ଜଙ୍ଗଲ ଜାତ ଦରବ ଖୋଜି ଦୁଆର ଦୁଆର ବିକି ମୁଠେ ମିଳିଲେ ଓଳିଏ ଚଳେ । ହେଲେ ସରକାରଙ୍କ ରାସନ୍ କାର୍ଡ ଯୋଜନାରୁ ମଧ୍ୟ ବିଚାରୀ ବାଦ ପଡିଛି । କୋଉଁଠି ସେ ସରକାରଙ୍କ ମୋ କୁଡିଆ, ପ୍ରଧାନମନ୍ତ୍ରୀ ଆବାସ, ଆଉ ବିଜୁ ପକ୍କାଘର ! କୁଆଡେ ଗଲା ମଧୁବାବୁ ବୃଦ୍ଧାବ‌ସ୍ଥା ପେନସନ, ଆଉ କୁଆଡେ ଗଲା ରାସନ୍ କାର୍ଡ ଯୋଜନା…. ଏ ଯୋଜନା ସତରେ କାହା ପାଇଁ, ତାହା ଏବେ ପ୍ର‌ଶ୍ନ ହୋଇ ଠିଆ ହୋଇଛି । ଏ ଯୋଜନା ସବୁ ବାଟ ବଣା କରୁଛି କିଏ ? ଜଙ୍ଗଲରୁ ଦରବ ଆଣି ଝାଡୁ ତିଆରି କରି, ବାଉଁଶ କାଟି ଲୋକଙ୍କ ଦୁଆରକୁ ଗଲେ, ମୁଠେ ଦାନା ଦେଲେ ତାର ପେଟ ଚଳେ । ହେଲେ ସରକାରଙ୍କ ରାସନ୍ ମୁଠେ ତା’ ପାଇଁ ସାତ ସପନ । କୁଡିଆରେ ଦିନରେ ସୁରୁଜ ଆଉ ରାତିରେ ଜହ୍ନମାମୁଁ ଦିଶୁଛି । ପେଟ ଚିହ୍ନିବା ଲୋକଟେ ବି ପାଖରେ ନାହିଁ । ଯିଏ ବି ଦେଖିବ ତା’ ଆଖିରୁ ଳୁହ ଝରିବ । ଏହା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋକସରାଂକୁ ପଚାରିବାରୁ ଆପଣଙ୍କ ମାଧ୍ୟମରେ ଜାଣିପାରିଛୁ । ଆମେ ବହୁତ ଶୀଘ୍ର ସମସ୍ୟାର ସମାଧାନ କରିବୁ ବୋଲି କହିଛନ୍ତି ।

Leave A Reply

Your email address will not be published.