pakka

ଚୁଲିଫୁଙ୍କା ପଂଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera
  • ଚୁଲିଫୁଙ୍କା ଗ୍ରାମ ପଂଚାୟତ ଆଗାମୀ ଦିନରେ ବ୍ଲକର ୧ ନମ୍ବର ପଂଚାୟତ ହେବ : ବିଡିଓ

ବଙ୍ଗୋମୁଣ୍ଡା (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ କାର୍ଯ୍ୟାଳୟରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛି । ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଚୁଲିଫୁଙ୍କା ପଂଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ପ୍ରଧାନ ଶିକ୍ଷକ କପିଲ ବେହେରା ଏହି ଅବସରରେ ପତାକା ଉତ୍ତୋଳନ କରିଥିଲେ । ବ୍ଲକ ଅଧ୍ୟକ୍ଷା ରଂଜୁବାଲା ବେହେରା, ବିଡିଓ ରିପୁନାଥ ସୁନା, ଚୁଲିଫୁଙ୍କା ସରପଂଚ ଜମୁନା ବେହେରା, ଏପିଓ ଲକ୍ଷ୍ମଣ କୁମାର ବୁଡେକ, ଜେଇ ବିକ୍ରମ ସିଂ ବିଭାର, ଏଏଇ ଦେବ କୁମାର ପ୍ରଧାନ, ଏଇ ନରେଶ କୁମାର ସିଂହା ପ୍ରମୁଖ ମଂଚାସୀନ ଥିଲେ । ପରେ ଜଳ ଶକ୍ତି ଅଭିଯାନ ଯୋଜନାରେ ଜଳ ଶପଥ କରାଯାଇଥିଲା । ଏଥିରେ ଶପଥ ଗ୍ରହଣ କରାଯାଇଥିଲା । ଏପିଓ ଲକ୍ଷ୍ମଣ ବୁଡେକ ଶପଥ ଗ୍ରହଣ କରାଇଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ବ୍ଲକ ଅଧ୍ୟକ୍ଷା, ବିଡିଓ, ଏପିଓ, ଜେଇ, ଏଇ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା ପ୍ରମୁଖ ସାମିଲ ହୋଇଥିଲେ । ପଂଚାୟତ ପକ୍ଷରୁ ଏସଏସଜି ମହିଳା ସଦସ୍ୟା ଓ ଏମବିକେ ତଥା ଗ୍ରାମବାସୀ ସହ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ବିଶାଲ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ପଂଚାୟତରେ ତିଆରି ହେଉଥିବା ଅମୃତ ସରୋବରକୁ ପଂହଚି ଥିଲେ । ବଙ୍ଗୋମୁଣ୍ଡା ପଂଚାୟତର ୨୬ଟି ପଂଚାୟତରେ ଚୁଲିପୁଙ୍କାଠାରେ ପ୍ରଥମ ଅମୃତ ସରୋବର ତିଆରି ହେଉଛି । ଏହି ଅମୃତ ସରୋବର ଯୋଗୁଁ ଅଂଚଳର ଲୋକ ଲାଭ ପାଇବେ ବୋଲି ଅତିଥି ଗଣ ଏବଂ ପ୍ରଶାସନିକ ଅଧିକାରୀ କହିଥିଲେ । ଅମୃତ ସରୋବର କାର୍ଯ୍ୟକୁ ଦେଖି ବଙ୍ଗୋମୁଣ୍ଡା ବ୍ଲକର ଚୁଲିଫୁଙ୍କା ପଂଚାୟତ ଏକ ନମ୍ବର ପଂଚାୟତ ହେବ ବୋଲି ବିଡିଓ ଶ୍ରୀ ସୁନା କହିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଜିଆରଏସ ନେତ୍ରା ମେହେର, ଶୁଶିଲ ପୋଡ, ଚନ୍ଦ୍ରଧ୍ୱଜ ପୁଟେଲ, ଶୁଶାନ୍ତ ବେହେରା, ପ୍ରଭୁଲାଲ, ଛନ୍ଦାଚରଣ, ହିତେଶ, ଜିତେନ୍ଦ୍ର, ରୁପେଶ, ସୁନିଲ, କୁଶ, ବୈଷ୍ଣବ ଜାନି, ମହେନ୍ଦ୍ର ଭୋଇ, ରତ୍ନମଣି ବେହେରା, ଗୌରହରି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ସଫଳ କରିବାକୁ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

eighteen − sixteen =

error: Content is protected !!