csstore

ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ

  • ପୁସ୍ତକ ପଠନ ଏକ ନିଶାରେ ପରିଣତ ହେଉ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ‘ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର’ର ଆଉ ଏକ ଅଧ୍ୟାୟ କାର୍ଯ୍ୟକ୍ରମର ୯୪ ତମ ସଂସ୍କରଣ ଜିଲ୍ଲାର ସଦର ମହକୁମାଠାରୁ ୧୬ କିଲୋମିଟର ଦୂର ଏସ୍. ଡୁମ୍ବେରପାଲି ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁସ୍ତକ ଜ୍ଞାନର ଭଣ୍ଡାର, ପୁସ୍ତକ ବ୍ୟକ୍ତିତ୍ଵକୁ ଶାଣିତ କରେ ଓ ଚରିତ୍ର ଗଠନରେ ସହାୟକ ହୁଏ, ତେଣୁ ପୁସ୍ତକ ପଠନ ସମସ୍ତଙ୍କ ପାଇଁ ଏକ ନିଶାରେ ପରିଣତ ହେବା ଉଚିତ ବୋଲି ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିକ୍ଷାବିତ୍‌ ଟୁନୁ ସାହୁ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈଷ୍ଣବ ପ୍ରଧାନ, ଶିକ୍ଷକ ସାନନ୍ଦ ପୂଜାରୀ, ମକରଧ୍ୱଜ ଭୋଇ, ଶିଶୁ ଦେବ ସାହୁ, ତୁଳସୀ ରାମ ସାହୁ, ଟଙ୍କଧର ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ପୁସ୍ତକ ଜ୍ଞାନର ପରିସୀମାକୁ ବୃଦ୍ଧି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସଭାପତି ମନୋରଂଜନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପଠିତ ପୁସ୍ତକମାନଙ୍କ ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଙ୍କିତା ସାହୁ, କାହ୍ନା ସାହୁ ଓ ସରସ୍ଵତୀ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଭ୍ରାମ୍ୟମାଣ ପାଠାଗାରର ଆବାହକ ଡକ୍ଟର ରବିନାରାୟଣ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରତାପ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.