csstore

ହଙ୍ଗର ପ୍ରକଳ୍ପ ପକ୍ଷରୁ ତୁରୁମୁଙ୍ଗାରେ ଆର୍ଥିକ ପରିଚାଳନା କର୍ମଶାଳା ଅନୁଷ୍ଠିତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ପଞ୍ଚାୟତ ସଭାଗୃହରେ ଦୁଇଦିନିଆ ଆର୍ଥିକ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ହଙ୍ଗର ପ୍ରକଳ୍ପ ପକ୍ଷରୁ ପାଟଣା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ଓ ଘଟଗାଁ ବ୍ଲକ ସଂଯୋଜିକା ସୁମତି ପିଲାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବେ ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ କୁମାର ମହାପାତ୍ର ଶିବିରାର୍ଥୀମାନଙ୍କୁ କେନ୍ଦ୍ରୀୟ ଅର୍ଥ ଅନୁଦାନ, ରାଜ୍ୟ ଅର୍ଥ ଅନୁଦାନ, ମନରେଗା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖାଉଟି ସାମଗ୍ରୀ, ପଂଚାୟତ ପାଣ୍ଠି, ଗ୍ରାମ ପଞ୍ଚାୟତ ଉନ୍ନୟନ ପ୍ରକଳ୍ପ ପଲ୍ଲୀସଭା ଓ ଗ୍ରାମସଭା ତଥା ହିତାଧିକାରୀଙ୍କୁ ମିଳୁଥିବା ବିଭିନ୍ନ ଭତ୍ତା ପ୍ରଦାନର ଆର୍ଥିକ ଦିଗ ଉପରେ ସବିଶେଷ ତଥ୍ୟଗତ ସୂଚନା ଦେଇଥିଲେ । ଶିବିରରେ ବୁଢ଼ୀକାପୁଡ଼ି, ତୁରୁମୁଙ୍ଗା, ରାଜନଗର, ଚେମଣା ପଞ୍ଚାୟତରୁ ୩୦ ଜଣ ଶିବିରାର୍ଥୀ ଯୋଗ ଦେଇଥିଲେ । ଚେମଣା ସରପଞ୍ଚ ହେମଲତା ନାଏକ, ବୁଢ଼ୀକାପୁଡ଼ି ସରପଞ୍ଚ ମମତା ନାଏକ, ତୁରୁମୁଙ୍ଗା ସରପଞ୍ଚ ସୁଲେଖା ନାଏକଙ୍କ ସହ ଦୁଇ ଜଣ ନାଏବ ସରପଞ୍ଚ ଓ ୱାର୍ଡ ସଦସ୍ୟାମାନେ ଏହି ଶିବିରରେ ଦୁଇ ଦିନ ଧରି ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.