
ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ପବିତ୍ର ଉତ୍କଳ ଦିବସ ଅବସରରେ ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନ ବଣାଇ ଶାଖା ଓ ଜେପି ଡାକ୍ତରଖାନା ରାଉରକେଲା ମିଳିତ ଉଦ୍ୟମରେ ଏକ ଦେୟମୁକ୍ତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବଣାଇ ଅଂଚଳର ଦୁଇଶହରୁ ଅଧିକ ଚକ୍ଷୁ ସମସ୍ୟା ପୀଡିତଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହିତ ଚଷମା ବିନା ଦେୟରେ ପ୍ରଦାନ କରାଯାଇଥିଲା । ବଣାଇ ସାମ୍ବାଦିକ ଭବନରେ ଆହୁତ ଏହି ମହତ କାର୍ଯ୍ୟକ୍ରମକୁ ସମାଜସେବୀ ବିରଜା ପ୍ରସାଦ ମହାନ୍ତି ଉଦ୍ଘାଟନ କରିଥିଲେ । ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପ୍ରଦୀପ କୁମାର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ତ୍ରିପାଠୀ, ରାଜେନ୍ଦ୍ର ପ୍ରଧାନ, ନାରାୟଣ ଚନ୍ଦ୍ର ବେହେରା, ଖଗେଶ୍ୱର ପ୍ରଧାନ, କୁମାର ଗୌତମ ବାରିକ, ଉମେଶ ସାହୁ, ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ହବିବ ମହମ୍ମଦ ଖାନ, ସମାଜସେବୀ ସିରାଜ ଖାନ, ବୁଲୁ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ରାଉରକେଲା ସ୍ଥିତ ଜେପି ହସ୍ପିଟାଲ ଚେୟାରମ୍ୟାନ ସଞ୍ଜୟ ବଂସଲ, କୋ-ଓର୍ଡିନେଟର ସୁରେଶ ଶର୍ମା ଉପସ୍ଥିତ ଥିଲେ । ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ତଦାରଖ କରିବା ସହିତ ନିଜର ମଧ୍ୟ୍ୟ ଚକ୍ଷୁ ପରୀକ୍ଷା କରାଇଥିଲେ । କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ଶ୍ରୀ ବଂଶଲ, ଶ୍ରୀଯୁକ୍ତ ଶର୍ମା ବଣାଇ ଉପଖଣ୍ଡ ହସ୍ପିଟାଲ ବୁଲି ଦେଖିବା ପରେ ସାମ୍ବାଦିକଙ୍କ ଉପସ୍ଥିତିରେ ଖୁବ୍ ଶୀଘ୍ର ଏକ ନୂତନ ଆମ୍ବୁଲାନ୍ସ ଦୁର୍ଘଟଣା ପୀଡିତଙ୍କୁ ଟ୍ରମା ସେଣ୍ଟରକୁ ପରିବହନ ପାଇଁ ପ୍ରଦାନ କରିବାର ପ୍ରତିଶୃତି ଦେଇଥିଲେ ।
