pakka

ନିଖିଳ ଓଡିଶା କୈବର୍ତ୍ତ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

bbehera
  • ମହାସଭାର ନବନିଯୁକ୍ତ ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଡାକବଙ୍ଗଳା ପ୍ରାଙ୍ଗଣ ଠାରେ ନିଖିଳ ଓଡିଶା କୈବର୍ତ୍ତ ସମାଜର ଜିଲ୍ଲାସ୍ତରୀୟ ଅଷ୍ଟାଦଶ ତମ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନୂଆଁବନ୍ଦକୁ ଯାଇ ପୂଜାର୍ଚ୍ଚନା କରିବା ପରେ ଏକ କଳସ ଶୋଭାଯାତ୍ରା ସହର ପରିକ୍ରମା କରାଯାଇଥିଲା । ଏହାପରେ ସମାଜର ଇଷ୍ଟଦେବୀ ଶ୍ରୀ ଶ୍ରୀ ଅଶ୍ୱିନୀ ବାସେଳୀ ସମଲେଶ୍ୱରୀ ଦେବୀଙ୍କୁ ପୂଜାର୍ଚ୍ଚନା ପରେ ସମାଜର ପତାକା ଉତ୍ତୋଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୈବର୍ତ୍ତ ସମାଜର ଜିଲ୍ଲା ସଭାପତି କଂସାରୀ ନାଏକ ଅଧ୍ୟକ୍ଷତା କରିଥିବା ବେଳେ ବୀରମହାରାଜପୁର କଲେଜର ଅଧ୍ୟାପକ ପ୍ରକାଶ କୁମାର ସେଠ ସଭା ପରିଚାଳନା କରିଥିଲେ । ସଭାରେ କୈବର୍ତ୍ତ ସମାଜର ବ୍ଲକ ସଭାପତି ଲିଙ୍ଗରାଜ ନାଏକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା କୈବର୍ତ୍ତ ମହାସଭାର ନବ ନିଯୁକ୍ତ ସଭାପତି ଯୋଗେନ୍ଦ୍ର ବେହେରା, ସମ୍ମାନିତ ଅତିଥି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ରାଜ୍ୟ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ବେହେରା, ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର କୁମାର ଖଣ୍ଡା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦିଲୀପ ବେହେରା, ଯାଜପୁର ଉପସଭାପତି ଜଗନ୍ନାଥ ମାଝୀ, ବରଗଡ ଜିଲ୍ଲା ସଭାପତି ଶରତ ପାଣ୍ଡେ, କଳାହାଣ୍ଡି ଜିଲ୍ଲା ସଭାପତି ଇଶ୍ୱର ନାଏକ, ନୂଆପଡା ଜିଲ୍ଲା ସଭାପତି ରାଘବ କବାଟ, ସୋନପୁର ଜିଲ୍ଲା ସଭାପତି ଦେବରାଜ ମହାଲିଙ୍ଗଙ୍କ ସହ ଜିଲ୍ଲାର ସମସ୍ତ ବ୍ଲକ ସଭାପତିମାନେ ମଞ୍ଚାସୀନ ହୋଇଥିଲେ । ଏହି ସଭାରେ ପୂର୍ବତନ ଜିଲ୍ଲା ସମ୍ପାଦକ ସ୍ୱର୍ଗତ ପବିତ୍ର ମୋହନ ଦଣ୍ଡସେନାଙ୍କ ଫୋଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରି ସମାଜ ପାଇଁ ସଂସ୍କାର ଶିକ୍ଷା, ସ୍ୱାସ୍ଥ୍ୟ, ସମାଜର ଅର୍ଥନୈତିକ ବିକାଶ ପାଇଁ ସ୍ୱର୍ଗତ ଦଣ୍ଡସେନାଙ୍କ ଅବଦାନ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ପରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କୈବର୍ତ୍ତ ସମ୍ପ୍ରଦାୟ ସମାଜର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ସହ ସମାଜର ଏକତ୍ରିକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମତପ୍ରକାଶ କରିଥିଲେ । ପରେ ସଇଁତଲା ଠାରେ ଏକ କୈବର୍ତ୍ତ ସମାଜର ଭବନ ନିର୍ମାଣ ପାଇଁ ସର୍ବେଶ୍ୱର ଦଣ୍ଡସେନା ଓ ଚମ୍ପେଶ୍ୱର ଦଣ୍ଡସେନା ଜମିଦାନ କରିଥିବାରୁ ସମାଜ ତରଫରୁ ସମ୍ମାନିତ କରାଯାଇଥିଲା । ଏହାପରେ ସଇଁତଲା ବ୍ଲକର କୈବର୍ତ୍ତ ସମାଜର ପ୍ରଥମ ଇଞ୍ଜିନିୟର ଭାବରେ ଝସକେତନ ସା, ଚିତ୍ରଶିଳ୍ପୀ ବୁଦ୍ଧଦେବ ଦଣ୍ଡସେନା, କଳାକାର ଜଗନ୍ନାଥ ମୁଦୁଲି, ସର୍ବେଶ୍ୱର ଦଣ୍ଡସେନା, କାର୍ତ୍ତିକ ଦଣ୍ଡସେନା, ଗଦାଧର ଦଣ୍ଡସେନା ଓ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ପ୍ରତିନିଧି ଏବଂ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ସଇଁତଲା ବ୍ଲକ ସମ୍ପାଦକ ପଞ୍ଚାନନ ସେଠ, ତଥାଗତ ସା, ଚମୁରୁ ନାଏକ, ସମାରୁ ଦଣ୍ଡସେନା, ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦ୍ମାବତୀ ବାରିକ, ଲଳିତା ଦଣ୍ଡସେନା, ସୀମା ସା, କଲ୍ୟାଣୀ ସା, ବେଲଗାଁ ସରପଞ୍ଚ ରାମଚନ୍ଦ୍ର ବେହେରାଙ୍କ ସମେତ ନବୀନ ଦଣ୍ଡସେନା, କୁଞ୍ଜବିହାରୀ ବୁଡ଼େକ, ରହିତ ସା, ପ୍ରେମରାଜ ମହାଲିଙ୍ଗ, ରାଜେଶ ସା, କୁମାର ଦଣ୍ଡସେନା, ଦେବ ନାଏକ, ମଧୁସୂଦନ ନାଏକ, ସମାରୁ ଦଣ୍ଡସେନା, ପ୍ରଦ୍ୟୁମ୍ନ ନାଏକ, କ୍ଷମାନିଧି ନାଏକ, ବାଞ୍ଛାନିଧି ବୁଡ଼େକ, ରବିଚନ୍ଦ୍ର ନାଏକ, ପର୍ଶୁରାମ ଝାଙ୍କର, ତେଜିଲାଲ ନାଏକ, ହେମରାଜ ନାଏକ ଓ ଆନନ୍ଦ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

nine − 6 =

error: Content is protected !!