pakka

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଜାତୀୟ ଏକତା ଦିବସ ପାଳିତ

bbehera
  • ଏକତା ପାଇଁ ଦୌଡ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକତା ପାଇଁ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଅକ୍ଟୋବରରେ ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ଜନ୍ମ ବାର୍ଷିକିକୁ ଜାତୀୟ ଏକତା ଦିବସ ଭାବରେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ । ଏହି ଅବସରରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ୟୁନିଟ୍ ହେଡକ୍ୱାର୍ଟର ସ୍ତରରେ ଏକତା ପାଇଁ ୧ କିଲୋମିଟର ରନ୍ ଆୟୋଜନ କରାଯାଇଥିଲା । ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ, ଦ୍ୱିତୀୟ କମାଣ୍ଡିଂ ଅଫିସର ପିତବାସ ପଣ୍ଡା, ରନ୍ ଫର୍ ୟୁନିଟିକୁ ଉଦ୍‌ଘାଟନ କରିଥିଲେ । ଏହି ରନ୍ ଫର୍ ୟୁନିଟିରେ ସିଆର୍‌ପିଏଫ୍‌ ଅଧିକାରୀ ମିଲନ୍ କୁମାର ସାହୁ, ଯବାନ ମାନେ ଓ ସରକାରୀ ଆଇଟିଆଇ ବାଲାଙ୍ଗିରର ଛାତ୍ରମାନେ ଅଂଶଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

2 − 1 =

error: Content is protected !!