csstore

ଆନନ୍ଦବାବାଙ୍କ ଯୌନ-କେଳେଙ୍କାରୀ ଅଭିଯୋଗ କ୍ରମେ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅନୁସନ୍ଧାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଭିନ୍ନକ୍ଷମ ସଂଗଠନ ‘ସମର୍ଥ’ର ପ୍ରତିଷ୍ଠାତା ଡ଼. କେ.ଆନନ୍ଦ ରାଓଙ୍କ ନାମରେ ଯୌନ-କେଳେଙ୍କାରୀ ଭଳି ଏକ ସଂଘୀନ ଅଭିଯୋଗ ଗତ ୪ ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କକ୍ଷରେ ଉଠିଥିଲା । ପୀଡିତାଙ୍କୁ ନ୍ୟାୟ ଦେବା ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ ଏସମ୍ପର୍କରେ ଛତ୍ରପୁର ଥାନାରେ ଏତଲା ଦିଆଯାଇଥିଲା । ଏସମ୍ପର୍କରେ କେଶ ଫାଇଲ ହୋଇ ପ୍ରଶାସନ ପକ୍ଷରୁ ଆଜକୁ ୫ ଦିନ ହେଲା ତଦନ୍ତ ପରିସର ଭୁକ୍ତରେ ଅଛି । ଏନେଇ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା ଛତ୍ରପୁରରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ପ୍ରଥମେ ଛତ୍ରପୁର ଥାନା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ପ୍ରଥମେ ବ୍ଲକ୍ କଲୋନୀ ସ୍ଥିତ ସମର୍ଥ ଅନୁଷ୍ଠାନକୁ ଯାଇ ଯାଞ୍ଚ କରିଥିଲେ । ପରେ ଛତ୍ରପୁର ଥାନା ଅଧିକାରୀ, ଉକ୍ତ ମାମଲା ପରିଚାଳନା କରୁଥିବା ଏସ୍.ଡ଼ି.ପି.ଓ. ଗୌତ୍ତମ କିଷାନଙ୍କ ସହ ସବିଶେଷ କଥାବାର୍ତ୍ତା କରି ତନଖି କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ପୀଡିତାଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସମର୍ଥ ଆବାସିକ ବିଦ୍ୟାଳୟର ନୂତନ କୋଠା ଛତ୍ରପୁର ନିକଟସ୍ଥ ସାମିଆପଲ୍ଲୀ ସ୍ଥାନ ପରିଦର୍ଶନ କରିବା ଆଦି ସହ ଏବଂ ବୃହତ୍ତର ଆଡକୁ ତଦନ୍ତ ଜାରୀ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ଏକ ତଦନ୍ତ ଟିମ୍ ଯାଞ୍ଚ ପ୍ରକ୍ରିୟା ଜାରୀ ରଖିଥିବା ଜଣାଯାଇଛି ।

jayashree
Leave A Reply

Your email address will not be published.