କଣ୍ଟାବାଞ୍ଜିରେ ୱାଗନ୍ ମରାମତି କାରଖାନା ପ୍ରତିଷ୍ଠା ପାଇଁ ରେଳ ମନ୍ତ୍ରଣାଳୟ ୨୪୪.୭୭ କୋଟି ଅନୁମୋଦନ କରିଛି

  • ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ସେପ୍ଟେମ୍ବର ୨୦୨୩ରେ ଅନୁମୋଦନ ପାଇଁ ପଠାଯାଇଥିଲା
  • ୱାଗନ୍ ପିରିଓଡିକ ଓଭର ହାଉଲିଙ୍ଗ (ପିଓଏଚ୍) କାରଖାନାରେ ୨୦୦ ୱାଗନ୍ ପାଇଁ ମରାମତି କ୍ଷମତା ରହିବ
  • କଣ୍ଟାବାଞ୍ଜିରେ ୱାଗନ୍ ପିଓଏଚ୍ କାରଖାନା ପ୍ରତିଷ୍ଠା କରିବାକୁ ସ୍ଥାନୀୟ ଲୋକ ରେଳମନ୍ତ୍ରୀଙ୍କୁ ଦାବି କରିଥିଲେ

କଣ୍ଟାବାଞ୍ଜି : ରେଳବାଇ ବୋର୍ଡ ଦ୍ୱାରା ୨୪୪.୭୭ କୋଟି ଅନୁମୋଦନ ପାଇବା ପରେ ରେଳ ମନ୍ତ୍ରଣାଳୟ କଣ୍ଟାବାଞ୍ଜିରେ ୱାଗନ୍ ପିରିଓଡିକ୍ ମରାମତି (ପିଓଏଚ୍) କାରଖାନା ସୁବିଧା ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦେଇଛି । ସେପ୍ଟେମ୍ବର ୨୦୨୩ରେ ଦାଖଲ ହୋଇଥିବା ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ପୁଙ୍ଖାନୁପୁଙ୍ଖ ବିଚାର ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଅଛି । ୨୦୦ ୱାଗନ୍ କ୍ଷମତା ବିଶିଷ୍ଟ ପ୍ରସ୍ତାବିତ ୱାଗନ୍ ପିଓଏଚ୍ କାରଖାନା, କଣ୍ଟାବାଞ୍ଜିରେ ରେଳବାଇ ସହିତ ଉପଲବ୍ଧ ଥିବା ଖାଲି ଜମିରେ ସ୍ଥାପନ କରାଯିବ । ଏହି ନିଷ୍ପତ୍ତି ସ୍ଥାନୀୟ ଜନସାଧାରଣଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ଯେଉଁମାନେ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଏପରି ସୁବିଧା ପାଇଁ ଦାବି କରିଆସୁଥିଲେ ସେମାନେ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କ୍ରମେ ସେମାନଙ୍କର ଦାବିକୁ ବିଚାରକୁ ନିଆଯାଇଅଛି । ଏଭଳି କର୍ମଶାଳାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ସ୍ୱୀକୃତି ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅଞ୍ଚଳର ଲୋକମାନଙ୍କୁ ସେମାନଙ୍କ ଆକାଂକ୍ଷା ପ୍ରତି ପ୍ରତିବଦ୍ଧତା ବିଷୟରେ ଆଶ୍ୱାସନା ଦେଇଛନ୍ତି । ରେଳ ବୋର୍ଡର ଅନୁମୋଦନ ନାଗରିକଙ୍କ ଆବଶ୍ୟକତା ଏବଂ ଚିନ୍ତାଧାରାକୁ ସମାଧାନ କରିବାରେ ସରକାରଙ୍କ ଉତ୍ସର୍ଗୀକୃତତାକୁ ଦର୍ଶାଉଛି ।

ୱାଗନ୍ ପିଓଏଚ୍ କାରଖାନା ପ୍ରତିଷ୍ଠାର ଆଭିମୁଖ୍ୟ :
ଏହି ଅଞ୍ଚଳରେ ପଣ୍ୟ ପରିବହନ ଯାତାୟାତ ବୃଦ୍ଧି କରିବା ସହିତ ସୁରକ୍ଷିତ ଟ୍ରେନ୍ ଚଳାଚଳ ପାଇଁ ୱାଗନ୍ ଗୁଡିକର ନିୟମିତ ମରାମତି ଭଲ ଭାବରେ ରକ୍ଷଣାବେକ୍ଷଣ କରାଯିବ । ୱାଗନ୍‌ଗୁଡିକର ଆୟୁଷ ପାଇଁ ରୀତିମତ ବ୍ୟବହାର ଜନିତ ତ୍ରୁଟିପୂର୍ଣ୍ଣ ଅଂଶଗୁଡିକୁ ସଂଶୋଧନ କରିବାରେ ସାହାଯ୍ୟ କରିବ ଯାହା ୱାଗନ ବଦଳାଇବା କ୍ଷେତ୍ରରେ ଖର୍ଚ୍ଚ ସଞ୍ଚୟ କରିବ । ୱାଗନ ମରାମତି କାରଖାନା ପୃଥକ ଭାବରେ, ୱାଗନ୍ ରକ୍ଷଣାବେକ୍ଷଣ ଦକ୍ଷତା ଏବଂ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବ ଫଳସ୍ୱରୂପ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ କାର୍ଯ୍ୟବୃଦ୍ଧି କରାଇବ । କଣ୍ଟାବାଞ୍ଜିରେ ୱାଗନ୍ ପିଓଏଚ୍ କାରଖାନା ପ୍ରତିଷ୍ଠା ରେଳ ଭିତ୍ତିଭୂମି ବୃଦ୍ଧି ତଥା ରେଳ ବ୍ୟବସ୍ଥାର ନିରାପତ୍ତା, ନିର୍ଭରଯୋଗ୍ୟତା ଏବଂ ବ୍ୟୟପ୍ରଭାବଶାଳୀତା ଉପରେ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚିତ କରୁଛି ।

Leave A Reply

Your email address will not be published.

4 × five =