ପୁସ୍ତକ ପଠନ ଏକ ତପସ୍ୟା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ପୁସ୍ତକ ପଠନ ଏକ ତପସ୍ୟା । ଏହାର ବିକଳ୍ପ ନାହିଁ । ପୁସ୍ତକ ଏକ ଭଲ ସାଙ୍ଗ ଯିଏ କି କେବେ ଧୋକା ଦିଏ ନାହିଁ । ଏ ମତପ୍ରକାଶ ପାଇଛି କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାକୟରେ ଆୟୋଜିତ ନୂଆ-ଓ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ । ଯୁକ୍ତ ୩ ନୋଡାଲ ଅଫିସର ଡ. ସଞ୍ଜୟ କୁମାର ମିଶ୍ରଙ୍କ ଆବାହନାରେ ଆୟୋଜିତ ଏହି ସଭାରେ ସଭାପତିତ୍ୱ କରିଥିଲେ ମହାବିଦ୍ୟାୟର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ମେହେର । ଡାକ୍ତର ତଥା ବିଶିଷ୍ଟ ଗାଳ୍ପିକା ମଞ୍ଜୁବାଲା ପଣ୍ଡା ମୁଖ୍ୟ ଅତିଥି, ଆଧ୍ୟାପକ ଜୟ କୁମାର ଆଚାର୍ଯ୍ୟ ମୁଖ୍ୟ ବକ୍ତା ଓ ଲୋହିତାଷ୍ୟ ଯୋଶୀ ଓ ଯୁକ୍ତ ଦୁଇ ନୋଡାଲ ଅଫିସର ପ୍ରଭାସିନୀ ରାଉତ ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ପ୍ରଦ୍ୟୁମ୍ନ ବାଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁନିତା ଶବର ଧନ୍ୟବାଦ ଦେଇଥିଲେ । ସଭାରେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଡ. ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ମୋବାଇଲରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଶ୍ରୀ ଆଚାର୍ଯ୍ୟ ପୁସ୍ତକ ପଠନ ଓ ଉତ୍ତମ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେଇଥିଲେ । ମନୀଷ ମହାନ୍ତି, ଯତୀନ ଦ୍ଵାରି, ସୂର୍ଯ୍ୟ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

four × 1 =