csstore

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ୱାଦଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ମହା ସମାହୋରରେ ଅନୁଷ୍ଠିତ ହୋଇଯାଇଛି । ମା’ ଭାରତୀ ଓ ସରସ୍ଵତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଅତିଥିମାନଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଦାନ୍ତ ବହିର୍ବିଭାଗ ମୁଖ୍ୟ ଭଗବାନ ହୋତା ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିବା ସହିତ ମାର୍ଗ ଦର୍ଶନ କରିଥିବା ବେଳେ ସମ୍ମାନିତ ଅତିଥିମାନେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ । ପ୍ରଥମେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ପରେ ବିଦ୍ୟା ମନ୍ଦିରର ସଂପାଦକ ତପନ କୁମାର ସାହୁଙ୍କ ଦ୍ଵାରା ବାର୍ଷିକ ବିବରଣୀ ପ୍ରଦାନ କରାଯାଇଥିଲା । ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ବେଳେ ଆୟୋଜିତ ଉତ୍ସବରେ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ରଥ ଓ ସମାଜସେବୀ ତ୍ରିନାଥ ପାତ୍ର ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ଶିକ୍ଷକ ବିଜୟ କୁମାର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.