pr

ଲୁଚୁକିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

dr. purohit

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଲୁଚୁକିବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ରାଜ କିଶୋର ବେହେରା ସଭାପତିତ୍ୱ କରିଥିବା ହେଳେ ଏଥିରେ ମୁଖ୍ୟ ଅତିଥିଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ରାହାସ ବିହାରୀ ପଟେଲ, ସିଆର୍‌ସିସି ନେପାଲ ବର୍ଗେ, ଚନ୍ଦ୍ରମଣୀ ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଡିଲେଶ୍ୱରୀ ଭୁଏ, ଉପସଭାପତି ମୁକେଶ ଭୁଏ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ସହିତ ପୁରସ୍କୃତ କରାଯାଇଥିଲା । ନାଚ ଗୀତରେ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବେଶ ଉପଭୋଗ୍ୟ ହୋଇଥିଲା । ଏଥିରେ ଶିକ୍ଷୟତ୍ରୀ ସୁଚିଶ୍ମିତା ତ୍ରିପାଠୀ, ଶିକ୍ଷକ କ୍ଷିରୋଦ୍ର ବେହେରା, ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତା ସହିତ ଅଭିଭାବକ ଅଭିଭାବିକା ସହଯୋଗ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ମଧୁସ୍ମିତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.