csstore

ନିଜାମପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଭୋଗରାଇ, (ଶିବ ନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନିଜାମପୁର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିକ୍ଷାବିତ୍ ପଣ୍ଡିତ ଶିବଶଙ୍କର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରମଥ କୁମାର ଦାସ, ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଜେନା, ବିଶିଷ୍ଟ ଅତିଥିଭାବେ ପ୍ରଧାନ ଶିକ୍ଷକ ଶାନ୍ତି ପ୍ରକାଶ ମହାପାତ୍ର, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ତ୍ରିପାଠୀ, ସାମ୍ବାଦିକ ଅଂଶୁମାନ ରାଉତ, ପ୍ରଦୀପ କୁମାର ମହାନ୍ତି, ସମ୍ଭୁନାଥ ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିବ ଶଙ୍କର ଦାସ, ବରିଷ୍ଠ ନାଗରିକ ଦେବେନ୍ଦ୍ର ନାଥ ଗିରି ପ୍ରମୁଖ ଯୋଗଦେଇ ଗୁଣାତ୍ମକ ଏବଂ ମୂଲ୍ୟବୋଧ ଶିକ୍ଷାକୁ ଛାତ୍ରଛାତ୍ରୀମାନେ ଆପଣାଇବା ସହିତ ଭଲ ମଣିଷ ହେବା ପାଇଁ ଶିକ୍ଷକ, ପିତାମାତା ଏବଂ ଗୁରୁଜନଙ୍କ ଆଶୀର୍ବାଦ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଉତ୍ସବରେ ଆଦର୍ଶ ଶିକ୍ଷକ ମଳୟ କୁମାର ସୁର ଅତିଥିଙ୍କୁ ମଞ୍ଚ ଆହ୍ୱାନ ସହ ପରିଚୟ ପ୍ରଦାନ କରିଥିଲେ । ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

jayashree
Leave A Reply

Your email address will not be published.