ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଆମ୍ବୁଲେନ୍ସ ଉଦ୍‌ଘାଟିତ

ସିନାପାଲି, (ନିରାକାର ମେହେର) : ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ନୂତନ ଆମ୍ବୁଲେନ୍ସକୁ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ପୂର୍ବାହ୍ନରେ ଶୁଭ ଉଦ୍‌ଘାଟନ କରିଛନ୍ତି । ବିଧାୟକ ପାଣ୍ଠିରୁ ଏହି ଆମ୍ବୁଲେନ୍ସ ପ୍ରଦାନ କରାଯାଇଥିବା ବେଳେ ସ୍ଥାନୀୟ ରୋଗୀ କଲ୍ୟାଣ ସମିତି ଆନୁକୂଲ୍ୟରେ ଏହି ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯାଇଥିଲା । ଏହି ଉଦ୍‌ଘାଟନୀ ସମାରୋହରେ ବିଧାୟକ ଶ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ଲିଙ୍ଗରାଜ ଘିଭେଳା, ଗିରିରାଜ ମାଝୀ, ଉଜ୍ଜଳ ଗୁପ୍ତା, ସିନାପାଲି ବ୍ଲକ ଅଧ୍ୟାକ୍ଷା ତପସ୍ୱିନୀ ମାଝୀ, ଉପାଧ୍ୟକ୍ଷ କିଶୋର କୁମାର, ସିନାପାଲି ବିଡ଼ିଓ ସଦାଶିବ ନାଏକ, ଡା. ସନୋଜ ମେହେର, ଡା. ମୋନାଲି ପ୍ରିୟଦର୍ଶିନୀ, ଡା. ଭୈରବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି ଆମ୍ବୁଲେନ୍ସ ଦ୍ୱାରା ଲୋକେ ବହୁ ଉପକୃତ ହୋଇପାରିବେ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ଅଧିକାରୀ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

eighteen − thirteen =