jayashree

ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓରମାସ ମିଳିତରେ ଗାଁ ଆମ୍ବ ପସରା ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ଓରମାସ ଓ ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମରେ ଗାଁ ଆମ୍ଭ ପସରା ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ବଲାଙ୍ଗିର ଠାରେ ୧୦ ଦିନ ବ୍ୟାପି ଆମ୍ବ ବିକ୍ରିୟ କେନ୍ଦ୍ର ଶୁଭାରମ୍ଭ ହୋଇଛି । ଏଠାରେ ଆମ୍ରପଲ୍ଲୀ, ମଲିକା, ଦସେରି, ବାଇଗଣ ପାଲି, କଦଳୀଝରା ଭଳି ବିଭିନ୍ନ କିସମ ଓ ସ୍ୱାଦର ଆମ୍ବ ବିକ୍ରିୟ ନିମନ୍ତେ ଉପଲବ୍ଧ କରାଯାଇଛି । ଏହି ଆମ୍ବ ଗୁଡ଼ିକ ରାସାୟନିକ ବ୍ୟବହାର ନକରି ପ୍ରାକୃତିକ ଉପାୟରେ ପଚାଯାଇଛି । ବଲାଙ୍ଗିର କୃଷି ଓ କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ଏହି ଆମ୍ବ ବିକ୍ରୟ କରାଯାଉଛି ଯାହା କି ବଜାର ମୂଲ୍ୟ ଠାରୁ ବେଶ୍ କମ୍ ଦରରେ ବିକ୍ରି କରାଯାଉଛି । ଏହି ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ରରେ ପାଟଣାଗଡ, ଜିଲ୍ଲା ଉଦ୍ୟାନ ବିଭାଗ, କୃଷି ଉତ୍ପାଦକ କମ୍ପାନୀର ବିଭିନ୍ନ ଅନୁଷ୍ଠାନ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.