pakka

‘ଏକତ୍ର’ର ନାଟ୍ୟ ଆଲୋଚନାଚକ୍ର

bbehera
  • କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ : ନବୀନ ପରିଡା

ରାଉରକେଲା, (ସସ୍ମିତା ପ୍ରଧାନ) : କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ । ନାଟକର ସ୍ୱରୂପ ପ୍ରତିଦିନ ମୃତ୍ୟୁ ଘଟେ ପୁଣି ପରଦିନ ଜନ୍ମନିଏ । ତେଣୁ ନାଟକ ଶତରୂପା ବୋଲି ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ନାଟ୍ୟକାର ନବୀନ ପରିଡା ମତବ୍ୟକ୍ତ କରିଛନ୍ତି । ଇସ୍ପାତନଗରୀର ୨୪ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ‘ଏକତ୍ର’ ରାଉରକେଲା ତରଫରୁ ସେକ୍ଟର ୭ ମଧୁମଣ୍ଡପଠାରେ ଆୟୋଜିତ ଆଲୋଚନାର ଶୀର୍ଷକ ‘ଦୃଶ୍ୟକାବ୍ୟରେ ଦୃଶତ୍ୱ’ରେ ମୁଖ୍ୟ ଆଲୋଚକ ଭାବେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା ନବୀନ କୁମାର ପରିଡା ଉପରୋକ୍ତ ମନ୍ତବ୍ୟ ସହ ଲିଖିତ ନାଟକର ୬ଟି ଉପାଦାନ, ୩ ଦ୍ୱନ୍ଦ ସଂପର୍କରେ ଆଲୋଚନା କରିଥିଲେ । ନାଟ୍ୟକାର ଯଦି ମା’ ହୁଏ, ତେବେ ନିର୍ଦ୍ଦେଶକ ବାପା ହୁଅନ୍ତି । କଳାର କୌଣସି ସୀମା ନଥାଏ । ଦର୍ଶକଙ୍କ ଦ୍ୱାରା ଆଦୃତ ନାଟକ କାଳଜୟୀ ହୁଏ ବୋଲି ସେ ମତ ରଖିଥିଲେ । ଅନ୍ୟତମ ଆଲୋଚକ ଭାବେ ନିର୍ଦ୍ଦେଶକ ତଥା ଅଭିନେତା କୈଳାଶ ପାଣିଗ୍ରାହୀ ନାଟକର ଧର୍ମ, ମଞ୍ଚ ନାଟକର ଧର୍ମ, ଦୃଶ୍ୟ ବିମ୍ବ ଓ ମାଧ୍ୟମ, ଦୃଶ୍ୟକାବ୍ୟର ଭୂମିକା, କାଳ୍ପନିକ ମଞ୍ଚାୟନ, ବାସ୍ତବ ମଞ୍ଚାୟନ, ଦୃଶ୍ୟବିମ୍ବର ସମାହାର ସଂପର୍କରେ ଆଲୋଚନା କରିଥିଲେ । ଆଲୋଚକ ନାଟ୍ୟକାର ତଥା ଚଳଚ୍ଚିତ୍ର ଲେଖକ ଡ. ସଞ୍ଜୟ ହାତୀ ନାଟକର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ କହିଲେ ଯେ ନାଟକ ଏଭଳି ସାହିତ୍ୟ ଯାହା ଆମ ଆଖି ସାମ୍ନାରେ କଥା କୁହେ ଓ ଚାଲେ । ସେହିପରି ଅନ୍ୟତମ ଆଲୋଚକ ନାଟ୍ୟକାର ନଳିନୀ ନିହାର ନାୟକ ଆଧୁନିକତା ସହ ତାଳ ମିଳାଇ ନାଟକ ପର୍ଯ୍ୟବେଶିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଏକତ୍ରର ସାଧାରଣ ସଂପାଦକ ସ୍ୱଦେଶ ନାୟକ ସ୍ୱାଗତ ଭାଷଣ ସହ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଓ କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଭାପତି ରାଜୀବ ପାଣି କାର୍ଯ୍ୟକ୍ରମ ପରିଚାଳନା ସହ ନାଟକର ସଫଳ ପ୍ରଦର୍ଶନରେ ନାଟ୍ୟକାର, ନିର୍ଦ୍ଦେଶକଙ୍କ ବ୍ୟକ୍ତିତ୍ୱ ଓ ଦକ୍ଷତା ସଂପର୍କରେ ଆଲୋଚନା କରିଥିଲେ । ଉପଦେଷ୍ଟା ଡା. କୃପାସିନ୍ଧୁ ନାୟକ ସଫଳ ନାଟକର ଉପାଦେୟତା ଓ ନାଟକ ପ୍ରତି ପ୍ରତିବଦ୍ଧତା ଉପରେ ମତବ୍ୟକ୍ତ କରିଥିଲେ । ଏହି ଆଲୋଚନାଚକ୍ରରେ ୨୪ଟି ନାଟ୍ୟାନୁଷ୍ଠାନର ପ୍ରାୟ ୧୫୦ରୁ ଅଧିକ କଳାକାର, ନିର୍ଦ୍ଦେଶକ, ନାଟ୍ୟପ୍ରେମୀ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ କୋଷାଧ୍ୟକ୍ଷ ପ୍ରଜ୍ଞାନନ୍ଦ ମହାନ୍ତି, କନକଲତା ଦାସ, ସୂର୍ଯ୍ୟରଶ୍ମି ଦାସ, ପ୍ରବୀର ଜେନା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ରମେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

three × five =

error: Content is protected !!