csstore

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ନିର୍ମାଣଧୀନ ହସପିଟାଲକୁ ଯାଇ ଆଲୋଚନା କଲେ କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ର ନିର୍ମାଣଧୀନ ହସପିଟାଲ କୁ ଯାଇ କାର୍ୟ୍ୟ ତଦାରଖ କରିବା ସହିତ ମେଡିକାଲ କଲେଜର ପରିଚାଳନା କେମିତି ଚାଲିଛି ତାକୁ ମେଡିକାଲ କଲେଜର ପ୍ରିନ୍‌ସିପାଲ ଓ ଭାଇସ ପ୍ରିନ୍‌ସିପାଲଙ୍କ ସହିତ ଆଲୋଚନା କରିଥିଲେ । ବଲାଙ୍ଗିର ଜିଲ୍ଲା ବାସୀଙ୍କ ସ୍ବପ୍ନର ଭୀମଭୋଇ ମେଡିକାଲ କଲେଜ ଅଞ୍ଚଳରେ ୬୫୦ ବେଡ୍ ବିଶିଷ୍ଟ ନୂତନ ହସପିଟାଲ ଯାହାକି ରାଜ୍ୟ ସରକାରଙ୍କ ୧୬୫ କୋଟି ଟଙ୍କା ଅନୁଦାନରେ ବଲାଙ୍ଗିର ପୁର୍ତ୍ତ ବିଭାଗ ଅଧିନରେ ନିର୍ମାଣ ହେଉଥିବା ବେଳେ ଏହି କାର୍ୟ୍ୟକୁ ଆଇରନ୍ ଟ୍ରାଙ୍ଗେଲ ସସ୍ଥା ନିର୍ମାଣ କାର୍ୟ୍ୟ କରୁଛି । ଆଜି ବଲାଙ୍ଗିର ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ଦାସ ଏବଂ ସଂସ୍ଥାର ପ୍ରୋଜେକ୍ଟ ଇଞ୍ଜିନିୟର ଆଶିଷ କରଙ୍କ ଉପସ୍ଥିତିରେ ପୁର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ କାର୍ୟ୍ୟ ଅନୁଧ୍ୟାନ କରିଥିଲେ । ଏହାସହିତ ମେଡିକାଲ କଲେଜ କିପରି ଭାବରେ ପରିଚାଳିତ ହେଉଛି ଓ କି କି ସମସ୍ୟା ରହିଛି ତା ବିଷୟରେ କଲେଜର ପ୍ରିନ୍‌ସିପାଲ ସବିତା ମହାପାତ୍ର ଏବଂ ଭାଇସ ପ୍ରିନ୍‌ସିପାଲଙ୍କ ସହିତ ଅଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ପୁର୍ତ୍ତ ବିଭାଗ ଓ କାର୍ୟ୍ୟକାରୀ ସଂସ୍ଥା ତରଫରୁ ଆଗାମୀ ୨୦୨୩ ସୁଦ୍ଧା କାର୍ୟ୍ୟ ସମାପ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

jayashree
Leave A Reply

Your email address will not be published.