
ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ନଗର କମିଟି ତରଫରୁ ପ୍ରସିଦ୍ଧ ୧୨ ହାତ ଖଡ୍ଗ ଶୋଭାଯାତ୍ରା ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରୁ ବାହାରି ସେକ୍ଟର ୨ ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚି ସେଠାରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ପୁଣି ଖଡ୍ଗ ଭବନକୁ ଫେରିଥିଲା । ମହିଳା ମାନଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରିଥିଲା । ଏଥିରେ ସହସ୍ରାଧିକ ଖଣ୍ଡାୟତ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଯୋଗଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିଶିଷ୍ଟ ସମାଜସେବୀ ହରିହର ରାଉତରାୟଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ୱ ତଥା ମୁଖପାତ୍ର କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଇତିହାସ ବିଭାଗର ପ୍ରାଧ୍ୟାପକ ଡ଼. ପ୍ରଭାତ କୁମାର ମଲ୍ଲିକ ଓ ସମ୍ମାନିତ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ତଥା ସ୍ୱତନ୍ତ୍ର ଅତିଥି ଭାବେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଯଦୁମଣି ସ୍ୱାଇଁ, ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ସୁବ୍ରତ ତରାଇ ଓ ପି ପି ରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଡ. ମଲ୍ଲିକ ଖଣ୍ଡାୟତ କ୍ଷତ୍ରିୟଙ୍କ ଇତିହାସ ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଖଣ୍ଡା ହେଉଛି କ୍ଷମତାର ପ୍ରତୀକ, ତଥା ଖଣ୍ଡାର ପ୍ରାସଙ୍ଗିକତା, ମହିଳା ଶାଖାର ନାମ ଶୁକଦେଇ ମହିଳା ଶାଖା ନାମରେ ନାମିତ କରିଥିଲେ । ଯାହା ସର୍ବସମ୍ମତିକ୍ରମେ ସ୍ଵୀକୃତି ଲାଭ କରିଥିଲା । ସମ୍ମାନିତ ବକ୍ତା ଶ୍ରୀ ପାଟ୍ଟଶାଣୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସମ୍ପ୍ରତି ଖଣ୍ଡାର ଆବଶ୍ୟକ ନାହିଁ ସଂଗଠନର ଆବଶ୍ୟକତା ତଥା ଖଣ୍ଡାୟତ କ୍ଷତ୍ରିୟଙ୍କ ସୌର୍ଯ୍ୟ, ଧୈର୍ଯ୍ୟ ଓ ପରାକ୍ରମ, ମହାସଭାକୁ ଅଧିକ ସଂଗଠିତ ଶକ୍ତିଶାଳୀ କରିବା ପାଇଁ ପରାମର୍ଶ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଶ୍ରୀ ତରାଇ ଖଡ୍ଗ ଚାଳନାର ପ୍ରଶିକ୍ଷଣକୁ ଗୁରୁତ୍ୱାରୋପ ଓ ପି ପି ରାୟ କୃଷ୍ଣଚନ୍ଦ୍ର ଗଜପତି ଦେବ, ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଅବଦାନ, ଜାତି ଇତିହାସ,କର୍ମ ଓ ଧର୍ମ ଉପରେ ବକ୍ତବ୍ୟ ରଖିଥିଲେ । ସଭାପତି ଶ୍ରୀ ରାଉତରାୟ ମହାସଭାର ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ସାଧାରଣ ସମ୍ପାଦକ ଶ୍ରୀ ପାତ୍ର ମହାସଭା ଦ୍ୱାରା କରାଯାଉଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ଆସନ୍ତା ଖଡ୍ଗ ଶୋଭାଯାତ୍ରା ସମୟରେ ଖଣ୍ଡାୟତ କ୍ଷତ୍ରିୟ ଜାତିର ସମ୍ପର୍କରେ ଏକ ସ୍ମରଣିକା ପ୍ରକାଶନ ଉପରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଏହି ଅବସରରେ ମହାସଭା ତରଫରୁ ଡ. ପ୍ରଭାତ ମଲ୍ଲିକ, କରୁଣାକର ପାଟ୍ଟଶାଣୀ, ଡାକ୍ତର ଗୋପବନ୍ଧୁ ବଳ, ଡ. ପ୍ରଫେସର ସମର ମୁଦାଲି, ପ୍ରଭାତ କୁମାର ମହାପାତ୍ର, ପ୍ରଦୀପ କୁମାର ଦାସ, ନିରୋଦ କୁମାର ରାଉତ, ହରିହର ରାଉତରାୟ, ମଧୁସ୍ମିତା ପାତ୍ର, କାର୍ତ୍ତିକ ଚନ୍ଦ୍ର ଖଣ୍ଡୁଆଳ, ନିବେଦିତା ସାମଲ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପେନ୍ଦ୍ର କୁମାର ନାୟକ, ଡାକ୍ତର ଉତ୍ତମ ଚରଣ ଜେନା, ସୁଧୀର ସୁନ୍ଦରରାୟ, ଡ. ରବିନ୍ଦ୍ର କୁମାର ଜେନା, କଟକରୁ ଶରତ ସାମଲ ଓ ସ୍ମିତା ମୂଳିଆ, ରବିନାରାୟଣ ପରିଡ଼ା, ସୁରେନ୍ଦ୍ର ରାଉତ, ରାଧାଶ୍ୟାମ ପରିଡ଼ା, ବାବାଜୀ ଚରଣ ସ୍ୱାଇଁ, ଜଗନ୍ନାଥ ରାଉତ, ସୁବ୍ରତ ମଲ୍ଲିକ, ସସ୍ମିତା ପ୍ରଧାନ, ଗଙ୍ଗାଧର ନାୟକ, ଉଗ୍ରସେନ ବିଶ୍ୱାଳ, ରବି ବାରିକ, ରଥିନ୍ଦ୍ର ପ୍ରଧାନ, ନାରାୟଣ ସାମଲ, ପ୍ରଶାନ୍ତ ଭୂଜବଳ, ସାଗରିକା ଭୂଜବଳ, ତନୁ, ସ୍ୱପ୍ନା, ନମିତା, ନିତାଞ୍ଜଳୀ, ରୀତା, ଲୀନା, ଜୟନ୍ତୀ, ମୀନତି, ସରସ୍ଵତୀ, ଉର୍ମିଳା, ସୁକାନ୍ତି, ତପସ୍ଵିନୀ, ଭାନୁ, ଜ୍ୟୋସ୍ନା, ମିତା, ପ୍ରତିଭା, ସ୍ମୃତି, ପ୍ରଯୁକ୍ତା, ସ୍ୱୟଂପ୍ରଭା ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।