csstore

ଆଶୀର୍ବାଦ, ପୃଷ୍ଠପୋଷକତା, ବିଜୁ କନ୍ୟା ରତ୍ନ ଯୋଜନା ଓ ବ୍ଲକ୍ ସ୍ତରୀୟ କମିଟିର ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁରିବାହଲ ବ୍ଲକର ସମନ୍ୱିତ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରାଙ୍ଗଣଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଆଯୋଜନ କ୍ରମେ ମୁରିବାହାଲ ବ୍ଲକ୍ ପାଇଁ ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝି । ଏହି ଅବସରରେ ମୁରିବାହାଲ ବ୍ଲକର ଦାୟିତ୍ୟରେ ଥିବା ସିଡ଼ିପିଓ ବାସନ୍ତୀ ଭୋଇ, ବ୍ଲକ୍ ଅତିରିକ୍ତ ଶିକ୍ଷାଧିକାରୀ ହିରାସିଂ ମାଝି, ବ୍ଲକ ଉପାଧ୍ୟକ୍ଷ ଯାଜ୍ଞାସେନି ହାତୀ, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀ, ଶିଶୁ ମଙ୍ଗଳ ସମିତି ବଲାଙ୍ଗିରର ଲିନ, ସୀତାରାମ ହୋତା, ଶିଶୁ ମଙ୍ଗଳ ସମିତିର ଲୀନା ବାବୁ, ସୀତାରାମ ହୋତା ଉପସ୍ଥିତ ରହି ଲୋଗୋ ଉନ୍ମୋଚନ କରିଥିଲେ । ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା ପୋଷ୍ୟ ସନ୍ତାନ ଗ୍ରହଣ, କିଶୋର ନ୍ୟାୟ ଆଇନ, ଶିଶୁ ଗୃହ ଉପରେ ଓ ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ । ଏହି ଅବସରରେ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ଆଶୀର୍ବାଦ ଯୋଜନାର ସହାୟତା ରାଶି, ପୃଷ୍ଠପୋଷକତା ସହାୟତା ରାଶି, ମିଶନ୍ ବାତ୍ସଲ୍ୟର ମାର୍ଗଦର୍ଶିକାରେ ଗ୍ରାମ ପଞ୍ଚାୟତର ଜିପିଡିପିର ବାର୍ଷିକ ଯୋଜନାରେ ୫% ଅନୁଦାନ ସ୍ଵତନ୍ତ୍ର ଭାବେ ରଖି କାର୍ଯ୍ୟକାରୀ କରିବାକୁ ବ୍ୟବସ୍ଥା ଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କ ଯତ୍ନ ନିମନ୍ତେ ଖର୍ଚ୍ଚ କରିପାରିବେ ବୋଲି ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କୈଳାସ ନନ୍ଦ, ପୁଷ୍ପାଞ୍ଜଳି ସୁନା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.