pr

ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକଙ୍କ ସହ କ୍ଷୁଦ୍ର ଓ ମଧ୍ୟ ସମ୍ବାଦପତ୍ର ମହାସଂଘର ସଭାପତିଙ୍କ ଆଲୋଚନା

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଆସୁଥିବା କ୍ଷୁଦ୍ର ଓ ମଧ୍ୟ ସମ୍ବାଦପତ୍ରଗୁଡିକ ବହୁ ଘାତ ପ୍ରତିଘାତ ଦେଇ ଗତି କରୁଛନ୍ତି । ଏ କ୍ଷେତ୍ରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉକ୍ତ ସମ୍ବାଦପତ୍ରଗୁଡ଼ିକୁ ଅଧିକ ବିଜ୍ଞାପନ ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଏବଂ ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ନୂତନ ଭାବେ ଯୋଗ ଦେଇଥିବା ସୂଚନା ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କ ସହ ସାକ୍ଷାତ କରି ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ତଥା ନବୀନର ସମ୍ପାଦକ ରବି ରଥ ଉପରୋକ୍ତ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ମହାସଂଘର ଉପସଭାପତି ତଥା ପରିବର୍ତ୍ତନ ସମ୍ପାଦକ ରମାକାନ୍ତ ପରିଜା, ଭଜରାମ ମହାପାତ୍ର, କଳିଙ୍ଗପ୍ରଭାର ସମ୍ପାଦକ ପ୍ରଦୀପ୍ତ ପରିଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

nrusinghnath
Leave A Reply

Your email address will not be published.