pakka

ଯୁଗ୍ମ ଶ୍ରମ କମିଶନରଙ୍କ ସହ ଏଚ୍‌ଏମ୍‌ଏସ୍‌ ରାଜ୍ୟ ଉପସଭାପତିଙ୍କ ଆଲୋଚନା

bbehera

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ଠାରେ ଅବସ୍ଥାପିତ ରାଜ୍ୟ ଯୁଗ୍ମ କମିଶନର ଦିପ୍ତୀ ରଞ୍ଜନ ମହାନ୍ତିଙ୍କ ସହ ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ବହୁବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟତଃ ଶ୍ରୀ ରଥ ଯୁଗ୍ମ ଶ୍ରମ କମିଶନର ସହ ବିଭିନ୍ନ କାର୍ଯ୍ୟାଳୟ ଯଥା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଏନ୍‌ଏସି ଓ ମ୍ୟୁନିସିପାଲିଟିରେ ଆଉଟସୋର୍ସିଂରେ କାର୍ଯ୍ୟରତ କର୍ମଚାରୀଙ୍କ ଇପିଏଫ୍‌ ଓ ଇଏସ୍‌ଆଇ କଟା ଯାଉନଥିବା ଅଭିଯୋଗ ହେଉଛି ଏବଂ ଠିକାଦାରମାନେ ପାରିଶ୍ରମିକ ପ୍ରଦାନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଏପ୍ରିଲ ପହିଲାରୁ ଶ୍ରମିକଙ୍କ ପାଇଁ ଲାଗୁ କରିଥିବା ସଂଶୋଧିତ ମଜୁରି କାର୍ଯ୍ୟକାରୀ କରାଯିବା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ଭାରତୀୟ ବିରଳ ମୃତ୍ତିକା (ଆଇଆରଇ), ମେଡିକାଲ, ମେହନ୍ତର ସଂଘ, ବିଜୁଳି କର୍ମଚାରୀ ସଂଘ, ପରିବହନ କର୍ମଚାରୀ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଯୁଗ୍ମ ଶ୍ରମ କମିଶନର ଶ୍ରୀ ମହାନ୍ତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

jay balangir
Leave A Reply

Your email address will not be published.

17 − ten =

error: Content is protected !!