jayashree

ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଥିଂକର୍ସ ଫୋରମ୍‍ର ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ଥିଂକର୍ସ ଫୋରମ୍‍ ତରଫରୁ ଇଂ ନଳିନୀକାନ୍ତ ଧର, ଡଃ. ସୁମନ ଦତ୍ତ ଓ ଚନ୍ଦ୍ରଶେଖର ଶତପଥୀ ରଘୁନାଥପାଲ୍ଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତିରେ ରାଉରକେଲାର ସାମଗ୍ରିକ ବିକାଶ ପାଇଁ ଆଲୋଚନା କରିବା ସହ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଥିଲେ । ବିକଶିତ ଓଡ଼ିଶା ପାଇଁ ଓଡ଼ିଶାର ସହରର ଅର୍ଥନୈତିକ ଯୋଗଦାନ ଅଧିକ ଗୁରୁତ୍ୱ ବହନ କରୁଥିବାରୁ ରାଉରକେଲା ଓଡ଼ିଶାର ଶିଳ୍ପ ରାଜଧାନୀ ସହ ଏକ କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମଧ୍ୟ ହୋଇଥିବାରୁ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା ମାଧ୍ୟମରେ ବୃହତ୍ତର ରାଉରକେଲା ଗଠନ ସହ ସହରର ସାମଗ୍ରିକ ବିକାଶ ପାଇଁ ପୁଙ୍ଖାନୁପୁଂଖ ଆଲୋଚନା କରିଥିଲେ । ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ କୌଣସି ସରକାରୀ ବାସଗୃହ ଯୋଜନା ଏଠାରେ ହୋଇନଥିବାରୁ ବିଗତ ଦିନରେ ରାଉରକେଲାର ବିକାଶ ବାଧାପ୍ରାପ୍ତ ହେବା ସହ ବର୍ତ୍ତମାନ ମଧ୍ୟ ରାଉରକେଲାସେ ସୁଲଭ ମୂଲ୍ୟରେ ବାସଗୃହ ଉପଲବ୍ଧ ହେଉନଥିବାରୁ ଜନସାଧାରଣ ଅନ୍ୟ ସହରରେ ବସତି ସ୍ଥାପନ ପାଇଁ ବାଧ୍ୟ ହେଉଛନ୍ତି । ରାଉରକେଲା ସାଧାରଣ ଜମି ପ୍ରାୟତଃ ଉପଲବ୍ଧ ହେଉନଥିବାରୁ ସରକାର ସମସ୍ତ ବର୍ଗ ଜନସାଧାରଣଙ୍କ ପାଇଁ ସରକାର ବାସଗୃହ ଯୋଜନା ପ୍ରଣୟନ କରନ୍ତୁ । ଏହା ବ୍ୟତୀତ ସହରର ଉନ୍ନତ ସାମାଜିକ ଭିତ୍ତିଭୂମି ପାଇଁ ଜମି, ଶିକ୍ଷା, ସ୍ୱାସ୍ଥ୍ୟ, କ୍ଷୁଦ୍ର ଓ ମଧ୍ୟମ ଲଜିଷ୍ଟିକ, ଆମୋଦ ପ୍ରମୋଦ, ବ୍ୟବସାୟ ପ୍ରତିଷ୍ଠାନ, ଶିଳ୍ପ ପାଇଁ ସହଜ ପ୍ରକ୍ରିୟାରେ ଅକସନ୍‍ ମାଧ୍ୟମରେ ବେସରକାରୀ ସଂସ୍ଥାକୁ ଜମି ଉପଲବ୍ଧ କରାନ୍ତୁ । ବିଗତ ଦିନରେ ସରକାର ଲିଜ୍‍ ସୂତ୍ରରେ ଆବଣ୍ଟନ କରିଥିବା ଗୃହ, ଦୋକାନ ଇତ୍ୟାଦିକୁ ତୁରନ୍ତ ଫ୍ରି-ହୋଲଡ୍‍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମଧ୍ୟ ସଦସ୍ୟ ମାନେ ଦାବି ଜଣାଇଥିଲେ । ମନ୍ତ୍ରୀ ସହୃଦୟତାର ସହ ଏହି ସବୁ ନ୍ୟାୟ ସଂଗତ ଦାବିକୁ ବିଚାର କରି ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.