ଲୋଇସିଂହା, (କେପିଏନ୍ଏସ୍) : ଝରନିପାଲି ଗ୍ରାମର ମିଶନ ଶକ୍ତି ଗୃହ ଠାରେ ବିକଳ୍ପ କଣ୍ଟାବାଞ୍ଜି ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ ତରଫରୁ ଶିଶୁଙ୍କ ଟୀକା ଓ କୋଭିଡ ଟୀକାକରଣ ଉପରେ ଏକ ଦକ୍ଷତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପିଏପିର ଗୋବିନ୍ଦଚନ୍ଦ୍ର ବିଶି ସ୍ୱାଗତ ଭାଷଣ ଦେବା ସହିତ ଟୀକାକରଣ ଓ କରୋନା ସଚେତନତା ଉପରେ ଆଲୋକପାତ କରିଥିଲେ । ବିକଳ୍ପ କଣ୍ଟାବାଞ୍ଜିର ସୁଧାଂଶୁ ନାଗ ଶିଶୁମାନଙ୍କ ଟୀକାକରଣ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରହଲ୍ଲାଦ ପଧାନ ପରିଚାଳନା କରିଥିବା ବେଳେ ଅଙ୍ଗନବାଡି କର୍ମୀ ରଶ୍ମିରେଖା ସାହୁ ଓ ଶାନ୍ତି ବାଗ ସହାୟତା କରିଥିଲେ ।