ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଉରିଆ ଗ୍ରାମ ପଚାଂୟତ ଅର୍ନ୍ତଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଆପଦାର ବରିଷ୍ଠ ପ୍ରଧାନ ଶିକ୍ଷକ ନାରାୟଣ ପାତ୍ରଙ୍କୁ ଆଜି ବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କର ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଉତ୍ସବରେ ସିଆରସି ସନ୍ତୋଷ କୁମାର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ଲକ ଶିକ୍ଷାଧିକାରୀ ନିରଜଂନ ପାତ୍ର, ମୁଖ୍ୟ ବକ୍ତା ରୂପେ ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସର୍ମ୍ମିଷ୍ଠା ଦେବୀଙ୍କ ସମେତ ଶିକ୍ଷାବିତ ଉଦ୍ୟନାଥ ମେଣଣ୍ଟା, ସର୍ବେଶ୍ୱର ଭୂଜବଳ, ସିଆରସି ବସନ୍ତ କୁମାର ସେଠୀ, ଦୁର୍ଯ୍ୟୋଧନ ପ୍ରଧାନ, ପବିତ୍ର ମୋହନ ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଜୟ କୁମାର ମାର୍ଥା ପ୍ରମୁଖ ଉପସ୍ଥିତ ରହି ସେବା ନିବୃତ ଶିକ୍ଷକଙ୍କର ଗୁଣଗାନ କରିବା ସହ ବିଦ୍ୟାଳୟ ତରଫରୁ ମାନପତ୍ର, ଉପଢୌକନ, ଉତ୍ତରୀୟ ପ୍ରଦାନ କରାଯାଇଥିବା ବେଳେ ଶିକ୍ଷାଧିକାରଙ୍କ ଠାରୁ ଆସିଥିବା ମାନପତ୍ର ଶ୍ରୀ ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ସେ ଜଣେ କର୍ତ୍ତବ୍ୟନିଷ୍ଠ, ମେଲାପି, ଛାତ୍ରବତ୍ସଳ, ନିଷ୍ଠାପର, ଆମାୟିକ ବ୍ୟକ୍ତିତ୍ୱ ଓ ଦକ୍ଷତା ପାଇଁ ସେ ସମସ୍ତଙ୍କ ପ୍ରିୟ ଥିଲେ ବୋଲି ଉପସ୍ଥିତ ଥିବା ଶିକ୍ଷକ ଦୁର୍ଗା କେଶରୀ ପରିଡା, ଅଭିମନ୍ୟୁ ସିଂହ, ଗୋପାଳ ଚନ୍ଦ୍ର୍ର ମହାପାତ୍ର, ନିରଜଂନ ସାହୁ, ଦିଲ୍ଲୀପ ବେହେରା, ରମେଶ ଚନ୍ଦ୍ର ପାଟଶାଣୀ, ଶ୍ରୀନିବାସ ପାତ୍ର ସମେତ ବହୁ ପୁରାତନ ଛାତ୍ର, ମାତୃ କମିଟିର ସଭ୍ୟାବୃନ୍ଦ ଏବଂ ବିଦ୍ୟାଳୟ କମିଟିର ସଦସ୍ୟମାନେ ତାଙ୍କୁ ପ୍ରଶସାଂ କରିଥିଲେ । ଏହି ଅବସରରେ ଗ୍ରାମବାସୀମାନେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କୁ ଦାବୀ ଜଣାଇଥିଲେ ।
