
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଡ. ମୁକେଶ ମହାଲିଙ୍ଗଙ୍କ ସହ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହିସ୍ପିଟାଲରେ ପ୍ରତିଦିନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବଲାଙ୍ଗିର ହସ୍ପିଟାଲରେ ଏବେ ବିଭିନ୍ନ ସମସ୍ୟା ରହିବା ସାଙ୍ଗେ ସାଙ୍ଗେ ଏବେ ପ୍ରାୟ ରୋଗୀ ସେବା ଭୁଶୁଡି ପଡ଼ିଥିବା ଅବସ୍ଥାରେ ଥିବା କହିଥିଲେ । ପ୍ରତିଦିନ ସଂଗଠନର କର୍ମକତ୍ର୍ତ୍ତା ମାନେ ହସ୍ପିଟାଲର ବିଭିନ୍ନ ୱାର୍ଡକୁ ପରିଦର୍ଶନ କରି ରୋଗୀ ଓ ତାଙ୍କ ସମର୍କୀୟ ମାନଙ୍କ ସହ ଆଲୋଚନା କରି ତାଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ହସ୍ପିଟାଲ ପରିସର ଭିତରେ ହେଉଥିବା ବିଭିନ୍ନ ଅବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବାରମ୍ବାର ହସ୍ପିଟାଲ କର୍ତ୍ତୃପକ୍ଷକୁ ଜଣାଇବା ସହ ଦାବି ମଧ୍ୟ କରି ଆସୁଛୁ କିନ୍ତୁ ଦୁଃଖର କଥା ସେମାନେ କେବେ ସମସ୍ୟାର ସମାଧାନ କରିବା ତ ଦୂରର କଥା କେବେ କର୍ଣ୍ଣପାତ ମଧ୍ୟ କରନ୍ତି ନାହିଁ ବୋଲି କହିଥିଲେ । ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସବୁବେଳେ ଚେଷ୍ଟା କରି ଆସୁଛି ଯେ ରୋଗୀମାନେ କେମିତି ଉତ୍ତମ ସ୍ୱାସ୍ଥ୍ୟସେବା ପାଇ ପାରିବେ ଓ ହଇରାଣ ନ ହୋଇ ହସ୍ପିଟାଲରେ ଥିବା ସବୁ ସୁବିଧା ସୁଯୋଗ ପାଇ ପାରିବେ ।
ଦାବି ଗୁଡ଼ିକ ହେଲା :
୧. ରକ୍ତ ପରୀକ୍ଷା କେନ୍ଦ୍ରରେ କର୍ମଚାରୀ ମାନଙ୍କ କାର୍ଯ୍ୟରେ ଅବହେଳା ଓ ଠିକ ସମୟରେ କାର୍ଯ୍ୟରେ ଯୋଗଦାନ କରୁ ନାହାନ୍ତି ଫଳରେ ଅନେକ ବରିଷ୍ଠ ନାଗରିକ / ଶାରୀରିକ ଦୁର୍ବଳ ଓ ଅକ୍ଷମ ବ୍ୟକ୍ତିମାନେ ଫାଷ୍ଟିଙ୍ଗ ବ୍ଲଡ଼ ସୁଗର ପରୀକ୍ଷା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଉପାସରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି ତେଣୁ କର୍ମଚାରୀ ମାନେ ଠିକ ସକାଳ ୭. ଘଣ୍ଟା ସମୟରେ ଯୋଗଦାନ କଲେ ରୋଗୀମାନେ ଉପକୃତ ହେବେ ।
୨. ବାରମ୍ବାର ଲୋକଲୋଚନକୁ ଆଣିବା ପରେ ମଧ୍ୟ ହସ୍ପିଟାଲରେ ଦିଆ ଯାଉଥିବା ସକାଳ ଜଳଖିଆ ଓ ମଧ୍ୟାହ୍ନ ଓ ରାତ୍ର ଖାଦ୍ୟ ଅତି ନିମ୍ନମାନର ଦିଆଯାଉ ଥିବାବେଳେ ରୋଗୀ ମାନଙ୍କ ପାଇଁ ଖାଇବା ଉପଯୋଗୀ ମଧ୍ୟ ନୁହେଁ, ତେଣୁ ଦୟାକରି ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ ଖାଦ୍ୟର ମାନ ପରୀକ୍ଷା କରିବା ସହ ଉତ୍ତମ ମାନର ରୁଚିକର ଓ ପୃଷ୍ଟିକର ଖାଦ୍ୟ ରୋଗୀ ମାନଙ୍କୁ ଦିଆଯାଉ । ନଚେତ ଖାଦ୍ୟ ଯୋଗଉ ଥିବା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ କଳା ତାଲିକା ଭୁକ୍ତ କରାଯାଉ ।
୩. ଦୀର୍ଘ ଦିନରୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଦାବି କରି ଆସୁଛି ଯେ ହସ୍ପିଟାଲରେ ଏକ ଏଣ୍ଡୋସ୍କୋପି ମେସିନ ନ ଥିବାରୁ ଗରିବ ରୋଗୀମାନେ ଏଣ୍ଡୋସ୍କୋପି ପରୀକ୍ଷା କରିବା ପାଇଁ ସମର୍ଥ ହୋଇ ପାରୁ ନାହାନ୍ତି, ସେଥିପାଇଁ ଶୀଘ୍ର ଏକ ମେସିନ କାର୍ଯ୍ୟକ୍ଷମ କଲେ ରୋଗୀମାନେ ଉପକୃତ ହୋଇ ପାରିବେ ।
୪. ଦୀର୍ଘ ଦିନରୁ ଆମେ ଦାବି କରି ଆସୁଛୁ ଯେ ଏତେ ବଡ଼ ହସ୍ପିଟାଲରେ ମାତ୍ର ଗୋଟେ ଶବବାହାକ ଗାଡି ଚାଲୁଛି ତେଣୁ ମୃତ ଶରୀର ନେବା ପାଇଁ ରୋଗୀର ସମ୍ପର୍କୀୟମାନେ ଦୀର୍ଘ ସମୟ ଧରି ଅପେକ୍ଷା କରୁଛନ୍ତି, ତେଣୁ ଆଉ ୨ ଗୋଟି ନୂତନ ଶବ ବାହାକ ଗାଡି ହେଲେ ଶବ ପରିବହନ ଠିକ ସେ ପରିଚାଳନା ହୋଇପାରିବ ।
୫. ସିଟିସ୍କେନ ମେସିନ ଅନେକ ସମୟରେ ଅଚଳ ଅବସ୍ଥାରେ ପଡି ରହୁଛି ଓ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁ ରୋଗୀମାନେ ଏହି ସେବାରୁ ବଂଚିତ ରହୁଛନ୍ତି ତେଣୁ ସବୁବେଳେ ଯେମିତି କାର୍ଯ୍ୟକ୍ଷମ ହେବ ତା ପ୍ରତି ଦୃଷ୍ଟି ଦେଲେ ଲୋକେ ସୁବିଧା ପାଇ ପାରିବେ ।
୬. ପ୍ରତିଦିନ ବଲାଙ୍ଗିର ଭୀମଭୋଇ ହସ୍ପିଟାଲ ଉପରେ ଶହ ଶହ ରୋଗୀ ଦୂର ଦୁରାନ୍ତରୁ ଚିକିତ୍ସା ପାଇଁ ଆସୁଛନ୍ତି ଓ ବିଭିନ୍ନ ସାମାଜିକ ସଂଗଠନମାନେ ଅଜଣା ଅଚିହ୍ନା ରୋଗୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭତ୍ର୍ତ୍ତି କରୁଛନ୍ତି ହେଲେ ଯେତେ ବେଳେ ହେଲ୍ପଡେସ୍କ କର୍ମଚାରୀଙ୍କୁ ଲୋକେ କିଛି ସାହାଯ୍ୟ ଭିକ୍ଷା କଲେ ସେମାନେ ସାହାଯ୍ୟ କରିବା ତ ଦୂରର କଥା ନିଜ ସିଟରୁ ମଧ୍ୟ ଉଠୁ ନାହାନ୍ତି କି ଶୁଣୁ ନାହାନ୍ତି ଓ ନିଜ କାର୍ଯ୍ୟ ଠିକ ସେ ତୁଲାଉ ନାହାନ୍ତି ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ଯେ ତାଙ୍କ ଉପରେ ନଜର ରଖି ଯେମିତି ଠିକ ସେ କାମ କରିବେ ସେ ପ୍ରତି ଧ୍ୟାନ ଦିଅନ୍ତୁ ।
୭. ହସ୍ପିଟାଲ ପରିସରକୁ ଠିକ ଭାବରେ ସଫା ସୁତୁରା ରଖି ରୋଗୀମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯାଉ ।
୮. ସବୁଦିନ ରୋଗୀ ମାନଙ୍କୁ ଅପରିସ୍କାର ଦେଖା ଯାଉଥିବା ବେଡ଼ସିଟ ଦିଆଯାଉଛି ତେଣୁ ଅନୁରୋଧ ପରିସ୍କାର ବେଡ଼ସିଟ ଦିଆଯାଉ ।