pakka

ସାନର ଆକ୍ରମଣରେ ବଡ଼ର ମୃତ୍ୟୁ

bbehera

ଚିପିଲିମା : ସମ୍ବଲପୁର ମହାନଗର ନିଗମ ୱାର୍ଡ ନଂ ୧ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ବୀର ବିଶ୍ଵାଳ ନିଜ ଗାଁରେ ରହୁଥିବା ବେଳେ ତାଙ୍କର ଜଣେ ଭାଇ ସଞ୍ଜୟ ବିଶ୍ଵାଳ (୪୦) ଆଜି ମଦ୍ୟପାନ କରି ନିଜ ପୈତୃକ ଗ୍ରାମ ସାହାଜବାହାଲକୁ ଆସିଥିଲେ । ଘରେ ଥିବା ବଡ଼ଭାଇ ବୀର ସାଙ୍ଗରେ ତାଙ୍କ କୌଣସି ପାରିବାରିକ ପ୍ରସଂଗକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସଞ୍ଜୟ ଘରେ ଥିବା ତାୱାରେ ବୀରଙ୍କ ମୁଣ୍ଡରେ ପ୍ରହାର କରିଥିଲେ । ବାରମ୍ବାର ତାୱାରେ ଆଘାତ ଦେବା ଫଳରେ ଘଟଣାସ୍ଥଳରେ ହିଁ ବୀରଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ସଂପର୍କରେ ଖବର ପାଇ ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ପାଇଁ ଶବକୁ ବୁର୍ଲା ମେଡିକାଲକୁ ପଠାଇଥିଲେ । ଅଭିଯୁକ୍ତ ସଂଜୟକୁ ମଧ୍ୟ କାବୁ କରି ବୁର୍ଲା ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.

14 − twelve =