pakka

ଗାଁ ଦାଣ୍ଡରେ ଯୁବକଙ୍କୁ ମାରାଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା କେନ୍ଧୁମୁଣ୍ଡି ପଞ୍ଚାୟତ ମଘାମରା ଗ୍ରାମରେ ଗାଁ ଦାଣ୍ଡରେ ଯୁବକଙ୍କୁ ମାରାଣାସ୍ତ୍ର ଧିରି ତିନି ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ହାଣି ଥିବା ସହ ତାଙ୍କ ସ୍ତ୍ରୀ ସାଦ ନାଗଙ୍କୁ ଲୁହା ଛଡ଼ରେ ବାଡେଇ ଥିବା ସୂଚନା ମିଳିଛି । ପାଟଣାଗଡ ପୁଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ଆଇଆଇସି ଅନନ୍ତ ପଧାନ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ହସ୍ପିଟାଲକୁ ଆଣିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁଇ ସ୍ବାମୀ-ସ୍ତ୍ରୀଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ପରିବାର ଲୋକଙ୍କ ଠାରୁ ଜଣାପଡିଛି । ଏନେଇ ପାଟଣାଗଡ଼ ଥାନାରେ ଏକ ମମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଆଇଆଇସି ଶ୍ରୀ ପ୍ରଧାନଙ୍କ ଠାରୁ ଜଣାପଡିଛି ।

ଅଭିଯୋଗ ଅନୁସାରେ, ମଘାମରା ଗ୍ରାମର ଚିନ୍ତା ନାଗଙ୍କ ପୁଅ ଯୁଗଳ ନାଗ ଓ ତାଙ୍କ ସମ୍ପକୀୟ ବିଦୁ ନାଗଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଜମି ବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ୧୨ ବର୍ଷ ପୂର୍ବେ ଚିନ୍ତା ନାଗଙ୍କ ପରିବାର ୪ ଏକର ରୟତି ଜମି ସହିତ ଲାଗି ରହିଥିବା ସରକାରୀ ଜମି ଦଖଲ କରି ଚାଷ କରି ଆସୁଥିଲେ । ଚିନ୍ତାଙ୍କ କାକା ଦୀନବନ୍ଧୁ ଚାଷ କରୁଥିବା ପୈତୃକ ସମ୍ପତ୍ତିକୁ ୧୨ ବର୍ଷ ତେଳେ ସେହି ଗ୍ରାମର ବିଦୁ ନାଗଙ୍କୁ ଉକ୍ତ ଚାଷ ଜମି ବିକ୍ରି କରି ଦେଇଥିଲେ । ସେହି ୪ ଏକର ଚାଷ ଜମିକୁ ଲାଗି ରହିଥିବା ବଳକା ସରକାରୀ ଜମି ଉପରେ ଚାଷ କରି ଆସୁଥିଲେ । କିଛି ମାସ ତଳେ ସରକାରୀ ଜମି ଉପରେ ବିଦୁ ନାଗ ଆପତ୍ତି ଜାହିର କରିବାରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଦୁଇ ପରିବାରଙ୍କ ଗଣ୍ଡଗୋଳକୁ ନେଇ କିଛି ମାସ ତଳେ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଅଭିଯୋଗ ପରେ ସେହି ସମୟରେ ଥିବା ଥାନା ଅଧିକାରୀ ଓ କେନ୍ଦୂମୁଣ୍ଡି ଆର୍‌ଆଇଙ୍କ ଉପସ୍ଥିତିରେ ଜମି ମପା ହୋଇଥିଲା । ସରକାରୀ ଜମି ଉପରେ ଚିନ୍ତାଙ୍କ ପରିବାର ଚାଷ କରିବା ପାଇଁ ଅନୁମତି ଦେଇଥିବା ଚିନ୍ତା ନାଗ କହିଛନ୍ତି । ଉକ୍ତ ସରକାରୀ ଜମି ଉପରେ ଚିନ୍ତା ଚାଷ କରିବାରୁ ବିଦୁ ନାଗ ବିରୋଧ କରି ଆସୁଥିଲା । ଆଜି ସକାଳ ୮ ଟାରେ ସମୟରେ ଯୁଗଳ ନାଗ ମିସ୍ତ୍ରୀ କାମ କରିବାକୁ ପାଟଣାଗଡ଼ ଅଭିମୁଖେ ବାହାରୁ ଥିବା ବେଳେ ବିଦୁ ନାଗ ,ଶୁକ ନାଗ , ସୁନୀଲ ନାଗ ଗାଁ ଦାଣ୍ଡରେ ଅଟକାଇ ମାରାଣାସ୍ତ୍ର ଧରି ଅତର୍କିତ ଭାବରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ସେ ସମୟରେ ଯୁଗଳଙ୍କ ସ୍ତ୍ରୀ ସାଦ ନାଗ ବିରୋଧ କରିବାରୁ ତାକୁ ମଧ୍ୟ ଲୁହା ଛଡ଼ରେ ପିଟିଥିଲେ । ପାଟଣାଗଡ଼ ଥାନା କେଶ ନଂ. ୧୬୧/୨୧ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣା ତଦନ୍ତ କରୁଥିବା ଜଣାପଡିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ତିନି ଜଣ ଯୁବକ ଘଟଣା ସ୍ଥଳରୁ ଫେରାର ଥିବା ଆଇଆଇସି ଅନନ୍ତ ପଧାନଙ୍କ ଠାରୁ ଜଣାପଡିଛି ।

jay balangir
Leave A Reply

Your email address will not be published.

17 + 10 =

error: Content is protected !!