p purohi

ପୁଷ୍ଟିଶସ୍ୟ ପୋଷଣ ସଚେତନା ରଥର ଶୁଭାରମ୍ଭ

dr. purohit

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସମ୍ମୁଖରେ ଓଡିଶା ମିଲେଟ୍‌ ମିଶନ, ଆତ୍ମା ବଲାଙ୍ଗିର, ୱ।ଇସିଡ଼ିଏ ଅନୁଷ୍ଠାନର ମିଳିତ ଉଦ୍ୟମରେ ପୁଷ୍ଟିଶସ୍ୟ ପୋଷଣ ରଥର ଶୁଭାରମ୍ଭ ହୋଇଯାଇଛି । ଶୁଭାରମ୍ଭ ଉତ୍ସବରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ଏଡ଼ିଓ ଗଜିନ୍ଦ୍ରନାଥ ସିଂ, ଏଏଓ ସୁଜିତ କୁମାର ଭୋଇ, ଖପ୍ରାଖୋଲ ୱ।ଇସିଡ଼ିଏ ଅନୁଷ୍ଠାନର ବ୍ଲକ ସଂଯୋଜକ ହେମବନ୍ତି ନନ୍ଦନ ବେହେରା ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରୁ ଉମେଶ ଗୁପ୍ତା, ବାସନ୍ତି ମୁଣ୍ଡା, ସଦାନନ୍ଦ ବାଗ, ଫକୀର ସାହୁ ଉପସ୍ଥିତ ଥିଲେ । ଏହି ପୁଷ୍ଟିଶସ୍ୟ ପୋଷଣ ରଥ ଚାରିଦିନ ଧରି ପୁଷ୍ଟି ଶସ୍ୟ ଯଥା ମାଣ୍ଡିଆ, ଗୁର୍ଜି, କୋଦରେ ଭରପୂର ପରିମାଣରେ ପୃଷ୍ଟି ସାର ଥିବା ବେଳେ କିପରି ଖାଦ୍ୟଭ୍ୟାସ କରି ସୁସ୍ଥ ରହିବେ ତା’ଉପରେ ସମସ୍ତ ଗାଁକୁ ଗାଁ ଯାଇ ସଚେତନର ବାର୍ତା ପହଞ୍ଚାଇବ ବୋଲି ସଂଗଠନ ପକ୍ଷରୁ କୁହାଯାଇଥିଲା ।

nrusinghnath
Leave A Reply

Your email address will not be published.