jayashree

ପାଇକମାଲରେ ଆମ ପୁଲିସ ସମିତି କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପରିସରରେ ଆମ ପୁଲିସ ସମିତି କାର୍ଯ୍ୟକ୍ରମ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ପାରସ୍ପରିକ ସହଯୋଗ ଓ ବିଶ୍ୱାସକୁ ଅଧିକ ସୁଦୃଢ଼ କରିବ । ଏହି ଅବସରରେ ଅଞ୍ଚଳର ଆଇନଶୃଙ୍ଖଳା, ଜନସାଧାରଣଙ୍କ ସୁରକ୍ଷା ଓ ସାମାଜିକ ସଚେତନତା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରହିଲେ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ସହଜ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା । ଏଥିସହ ସାଧାରଣ ଲୋକେ ନିଜର ସମସ୍ୟା ଓ ଅଭିଯୋଗ ପୁଲିସ ନିକଟରେ ନିର୍ଭୟରେ ଉପସ୍ଥାପନ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏଥିରେ ପାଇକମାଲ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ବିଭିନ୍ନ ବର୍ଗର ବ୍ୟକ୍ତି ଯୋଗ ଦେଇଥିଲେ । ଶେଷରେ ପୁଲିସ ଓ ଜନ ସାଧାରଣଙ୍କ ମିଳିତ ସହଯୋଗରେ ଏକ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଏଏସଆଇ ଶଶିକାନ୍ତ ବାରିକ ଧନ୍ୟବାଦ ଦେଇଥିଲେ । ଏନେଇ ମଧ୍ୟ ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ କରାଯାଇଥିଲା । ଏଥିରେ ପୁଲିସ ଅଧିକାରୀ ସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.