ଟଙ୍କା ଆଦାୟ କରିବା ସମୟରେ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟଙ୍କା ଆଦାୟ କରିବା ସମୟରେ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ତୁଷୁରା ଏନ୍‌ଏସିରେ ଥିବା ଆଶୀର୍ବାଦ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଥିବା ଯଶୋବନ୍ତ ସାହୁ ଗତକାଲି ଫାଇନାନ୍ସ ଟଙ୍କା ଆଦାୟ କରିବା ପାଇଁ ଗୁଡଭେଲା ବ୍ଲକ ତୁଷୁରା ଗ୍ରାମକୁ ଯାଉଥିଲେ । ଆଶୀର୍ବାଦ ଫାଇନାନ୍ସରୁ ଋଣ ନେଇଥିବା ଧିରବତୀ ଭୋଇ ନାମକ ଜଣେ ମେମ୍ବରଙ୍କ ଘରକୁ ଯାଇ ଋଣ ଟଙ୍କା ଦେବା ପାଇଁ କହିବାରୁ ଧିରବତୀଙ୍କ ପୁଅ ହଠାତ୍‌ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଯଶୋବନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତୁଷୁରା ହସ୍‌ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.