ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତ ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ ଛତ୍ରପୁର ଥାନା ଅନ୍ତର୍ଗତ ବଡମାଧପୁର ଗ୍ରାମର ହନୁମାନ ସାହି ଠାରେ ବରାହା ଆକ୍ରମଣରେ ବରଙ୍ଗ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଯୁବକ ଜଣକ ବରଙ୍ଗ ଗ୍ରାମର ନୀଳମାଧବ ପ୍ରଧାନ ବୟସ ୨୬ ବୋଲି ଜଣାଯାଇଛି । ଗତ ରବିବାର ଯୁବକକୁ ବରାହା ଆକ୍ରମଣ କରିବା ଫଳରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡମେଡିକାଲକୁ ନିଆଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ସ୍ଥାନାନ୍ତର କରିବା ବେଳେ ବାଟରେ ଖଲ୍ଲିକୋଟ ଜାତୀୟ ରାଜପଥ ଗସ୍ତରେ ଯାଉଥିବା ବେଳେ ଖଲ୍ଲିକୋଟ ଘାଟି ରାସ୍ତାରେ ଆହତଙ୍କ ଅବସ୍ଥା ଜଟିଳ ହେବାରୁ ସଙ୍ଗେ ସଙ୍ଗେ ନିକଟସ୍ଥ ଖଲ୍ଲିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Next Post