jsm

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଆଭାସୀ କାର୍ଯ୍ୟକ୍ରମ

csstore

କଣ୍ଟାବାଞ୍ଜି, (କୈଳାଶ ସଗରିଆ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ସଭାପତି ଡ.ରଘୁନାଥ ପଣ୍ଡା ଓ ରାଜ୍ୟ ସଂଗଠନ ସମ୍ପାଦକ ନାରାୟଣ ନାଏକଙ୍କ ତତ୍ତ୍ୱାବଧାନରେ ମହାନ ସଂଗ୍ରାମୀ ଦ୍ୱୟ ଯଥା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ସଭାପତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଉଭୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଦାନ କରାଯାଇଥିଲା । ପରିଷଦର ଆଜୀବନ ସଦସ୍ୟା ସବିତା ଭୋଇ ପ୍ରାରମ୍ଭିକ ସଂଗୀତ ଓ ଆଜୀବନ ସଦସ୍ୟା ସୁଶ୍ରୀ ସଂଯୁକ୍ତା ପରିଚ୍ଛା ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ତାପରେ ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ସଂଯୋଜନାରେ ଚାଲିଥିବା ସଭାରେ ବୀର ସୁରେନ୍ଦ୍ର ସାଏଙ୍କ ବିଷୟରେ ଡ.ଶିବପ୍ରିୟା ମିଶ୍ର ଓ ନେତାଜୀଙ୍କ ବିଷୟରେ ଧର୍ମବ୍ରତ ରଥ ବକ୍ତା ଭାବରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।ସଭାରେ ଉପସ୍ଥିତ ସଭ୍ୟ ରାମଚନ୍ଦ୍ର ପଟେଲ, ମଦନମୋହନ ରଥ, ସୁଶ୍ରୀ କସ୍ତୁରୀ ରଥ, ସତ୍ୟାନନ୍ଦ ବିଶ୍ୱ।ଳ, ଡ.ନକୁଳ ମେହେର ଆଦି ନିଜ ନିଜର ମତ ଦେଇଥିଲେ । ପରିଶେଷରେ ଶିଶୁ ସାହିତ୍ୟିକା ସୁଶ୍ରୀ ସବିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଙ୍କମଣି ବାରିକ, ଜ୍ୟୋତିରାଣୀ ମିଶ୍ର, ଜ୍ୟୋତ୍ସ୍ନାମୟୀ ଭୋଇ, ବିଜୟଲକ୍ଷ୍ମୀ ମହାପାତ୍ର, ଜଗଦୀଶ୍ୱର ମୁଣ୍ଡ, ଝରଣା ପାଢ଼ୀ, ମୀନା ମୁଣ୍ଡ, ନିତ୍ୟାନନ୍ଦ ବାରିକ, ରାଜେଶ ଝାଙ୍କର, ଭକ୍ତବନ୍ଧୁ ବିଶ୍ୱାଳ, ଅଶୋକ କୁମାର ସେଠୀ, ହେମନ୍ତ ମୁଣ୍ଡ, ଆହ୍ଲାଦିନୀ ଦାଶ, ଅମ୍ବିକା ପ୍ରସାଦ ଦାଶ, ଋତୁପର୍ଣ୍ଣା ମହାନ୍ତି, ପ୍ରଭାସିନୀ ଠାକୁର, ପଦ୍ମାବତୀ ମହାପାତ୍ର, ଯାଜ୍ଞସେନୀ ହୋତା, ମନୋଜ କୁମାର ନାୟକ, ନିତ୍ୟାନନ୍ଦ ବାରିକ, ସତ୍ୟବନ୍ତ ବେଦବାକ, ରାଜେଶ ଝାଙ୍କର, ଲିପସାମୟୀ ଦୁବେ, ବିରଂଚି ନାରାୟଣ ପଣ୍ଡା, ପ୍ରମୋଦ କୁମାର ଠାକୁର ସମେତ ୩୩ଜଣ ସାହିତ୍ୟିକ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.