ବଲାଙ୍ଗିର, (କେପିଏନ୍ଏସ୍) : ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଜରାସିଂହା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟରେ ଅନୁଷ୍ଠାନର ରେଡ୍ ରିବନ୍ କ୍ଲବ୍ ଆନୁକୂଲ୍ୟରେ ଏକ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅୟୋଜିତ ଏହି ସଭାକୁ ଅଧ୍ୟକ୍ଷ ତଥା ୟୁଥ୍ ରେଡ୍କ୍ରସ୍ ଚେୟାରମେନ୍ ବସନ୍ତ କୁମାର ମନହିରା ସଭାପତିତ୍ୱ କରି ଏଡ୍ସ ସଂକ୍ରମଣ ପୂର୍ବରୁ ସଚେତନତା ଏବଂ ପ୍ରତିରୋଧର ଗୁରୁତ୍ୱ ବିଷୟରେ ମତ ରଖିଥିଲେ । ପ୍ରାଧ୍ୟାପକ ତଥା ୟୁଥ୍ ରେଡ୍କ୍ରସ୍ କାଉନ୍ସେଲର ଦୁର୍ବାଦଳ ଘିବେଲା ଏଡ୍ସର କାରଣ ଏବଂ ନିରାକରଣ ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ୟୁଥ୍ ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଛାତ୍ରୀ ନିବେଦିତା ମିଶ୍ର ଏବଂ ମୁନ୍ମୁନ୍ ଷଡଙ୍ଗୀ ସରକାରୀ ମହିଳା ମହାବିଦ୍ୟାଳୟ ୟୁଥ୍ ରେଡ୍କ୍ରସ୍ ଶିବିରରେ ଗ୍ରହଣ କରିଥିବା ପ୍ରଶିକ୍ଷଣ ସଂପର୍କରେ ନିଜ ନିଜର ଅନୁଭୂତି ବଖାଣିଥିଲେ । ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ, ଅଧ୍ୟାପକ ମୁକେଶ କୁମାର ପଟ୍ଟନାୟକ ଏବଂ ଅଧ୍ୟାପିକା ଚିନ୍ମୟୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ପରିଶେଷରେ ପ୍ରାଧ୍ୟାପକ ଗୋବିନ୍ଦ ମେହେର ଧନ୍ୟବାଦ ଦେଇଥିଲେ ।
Prev Post