pakka

ଆକସ୍ମିକ ଅଗ୍ନିକାଣ୍ଡ ଯୋଗୁଁ ଗୋଟିଏ ଘର ଜଳିପୋଡ଼ି ଛାରଖାର

bbehera

ପୁଇଁନ୍ତଲା, (ରାଜେଶ ଦଣ୍ଡସେନା) : ଆକସ୍ମିକ ଅଗ୍ନିକାଣ୍ଡ ଯୋଗୁଁ ଗୋଟିଏ ଘର ଜଳିପୋଡ଼ି ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପୁଇଁନ୍ତଲା ଥାନା ଅନ୍ତର୍ଗତ ରଣ୍ଡା ଗ୍ରାମ ପଞ୍ଚାୟତର ଜାମପାଲି ଗ୍ରାମର ପ୍ରଶାନ୍ତ ବାଗଙ୍କ ଘରେ ଆଜି ମଧ୍ୟାହ୍ନ ୧୨ଟା ବେଳେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା । ଆଖି ପିଛୁଳାକେ ସଂପୂର୍ଣ୍ଣ ଘର ଜଳିଯାଇଥିବା ବେଳେ ନିଆଁ ଏପରି ଭାବରେ ଲାଗିଥିଲା ଯେ, ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରି ପାରିନଥିଲେ । ଫଳରେ ଘରେ ଥିବା ନିତ୍ୟ ବ୍ୟବହାର୍ଯ୍ୟ ଆସବାବପତ୍ର, ଦେଢ ଭରି ସୁନା, ୫୦ ହଜାର ଟଙ୍କା ସହ ଘରେ ଥିବା ସମସ୍ତ ସାମଗ୍ରୀ ପୋଡି ଧ୍ଵଂସ ହୋଇଯାଇଥିବା ପରିବାର ଲୋକେ କହିଛନ୍ତି । ପ୍ରଶାନ୍ତ ଜଣେ ରାଜମିସ୍ତ୍ରୀ ହୋଇଥିବାରୁ ବାହାରକୁ କାମ କରିବାକୁ ଯାଇଥିଲେ । ଫୋନ୍ ପାଇବା ପରେ ଆସିଲା ବେଳକୁ ସବୁ ଛାରଖାର ହୋଇଯାଇଥିଲା । ସେ ଦୁଃଖଭରା କଣ୍ଠରେ କିଛି କହିପାରୁନଥିଲେ । ଖଟି ଖଟି ଯାହାକିଛି ସଞ୍ଚୟ କରି ରଖିଥିଲେ, ଏବେ ସବୁ ଛାରଖାର ହୋଇଯାଇଛି ବୋଲି କହିଛନ୍ତି । ପ୍ରଶାନ୍ତ ସହଯୋଗ କରିବାକୁ ପ୍ରଶାସନକୁ ବିନମ୍ର ନିବେଦନ କରିଛନ୍ତି । ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ତେବେ ଗ୍ରାମର ରାସ୍ତା ଠିକ୍ ନଥିବାରୁ ଅଗ୍ନିଶମ ଗାଡି ମଧ୍ୟ ଠିକ୍ ସମୟରେ ପହଞ୍ଚି ପାରିନଥିବା କୁହାଯାଇଛି ।

jay balangir
Leave A Reply

Your email address will not be published.

three × 2 =

error: Content is protected !!