jsm

ଆଦିବାସୀ ହାଇସ୍କୁଲରେ ତାଲାବନ୍ଦ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ସର୍ଗିବାହାଲ ଗ୍ରାମରେ ଅବସ୍ଥିତ ଆଦିବାସୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ଆଜି ତାଲାବନ୍ଦ କରିଛନ୍ତି । ଏଠାରେ କାର୍ୟ୍ୟରତ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ‌ଦ୍ୱାଦଶ ପ୍ରଧାନଙ୍କ ଅନେକ ଅସନ୍ତୋଷ କାର୍ୟ୍ୟ ଯଥା କମିଟି ଗଠନରେ ଜାଲିଆତି, ଅର୍ଥ ଅନିୟମିତତା, ପୁରୁଣା ହଷ୍ଟେଲକୁ ସ୍ୱଇଚ୍ଛାରେ ଭାଙ୍ଗିବା, ପାଠପଢ଼ାରେ ଅବହେଳା ହେତୁ ଗ୍ରାମବାସୀ ତା‌ଙ୍କ ବଦଳି ଦାବୀରେ ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ଙ୍କୁ ଜୁନ୍‌ ମାସରୁ ଅନେକ ଥର ଅବଗତ କରିଛ‌ନ୍ତି । ସେ ନିଜେ ମଧ୍ୟ ଗ୍ରାମବାସୀଙ୍କଠାରେ ‌ସ୍ୱଇଚ୍ଛାରେ ବଦଳି ଯିବାର ‌ସ୍ୱୀକୃତି ଦେଇଥିଲେ । ତାହା ମଧ୍ୟ କଲେ ନାହିଁ । ଯାହା ଫଳରେ ଗ୍ରାମବାସୀ ଆଦିବାସୀ ହରିଜନ ବହୁଳ ନିରୀହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଚିନ୍ତା କରି ତାଲାବନ୍ଦ କରିଛନ୍ତି ।

ପ୍ରକାଶ ଥାଉକି ଏଠାରେ ଜଣେ ଶିକ୍ଷୟତ୍ରୀ ପ୍ରାୟ ଦଶ ମାସ ହେଲା ଯୋଗଦାନ କରିଛନ୍ତି । ମାତ୍ର ଶ୍ରୀ ପ୍ରଧାନ ତାଙ୍କୁ ଏ ଯାଏଁ ତାଙ୍କ ଦାୟିତ୍ୱ ଦେଇ ନାହାନ୍ତି ଏବଂ ନିଜେ ସମସ୍ତ କାର୍ୟ୍ୟ ତୁଲାଉଛନ୍ତି । ଏ ଗରିବ ଅନୁଷ୍ଠାନର ‌ସ୍ୱାର୍ଥ ରକ୍ଷା ପାଇଁ ତୁରନ୍ତ ପ୍ରଶାସନ ପଦକ୍ଷେପ ନେବାକୁ ସର୍ବଶ୍ରୀ ଗୌନ୍ତିଆ ଶୀତଳ ବରିହା, ଲୋଚନ ବରିହା, ଦୀପକ ବରିହା, ଛାୟା ମେହେର, କିରଟ ବରିହା, ଗୁଣ ସାଗର ନାୟକ, ଶ୍ରୀବନ୍ତ ଦାସ, ସ୍କୁଲ କମିଟି ସଭାପତି ସୁଧୀର କୁମାର ମେହେର, ସମିତି ସଭ୍ୟ ଚିତ୍ରସେନ ବେହେରା, ୱାର୍ଡ ମେମ୍ବର ରାଜୀବ ମେହେର, ମନୋଜ ମେହେର, ପ୍ରଶାନ୍ତ ମେହେର ପ୍ରମୁଖ ଗ୍ରାମବାସୀ ଓ ସ୍କୁଲ କମିଟି ପକ୍ଷରୁ ନିବେଦନ କରିଛନ୍ତି ।

yuvodaya
Leave A Reply

Your email address will not be published.