csstore

ଟିଟିଲାଗଡ଼ ରେଳ ଷ୍ଟେସନ୍‌ ଟିକେଟ କାଉଣ୍ଟର ତଳେ ଶୋଉଛି ବୁଲା କୁକୁର – ଅଧିକାରୀଙ୍କ ଦୃଷ୍ଟି ପଡୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ସକାଳ ୮ଟା ସମୟରେ ଜଣେ ଆଇନଜୀବୀ ରେଳ ଟିକେଟ୍‌ କାଟିବା ପାଇଁ ଯାଇଥିବା ବେଳେ ସଂରକ୍ଷଣ ଟିକେଟ୍‌ କାଉଣ୍ଟର ତଳ ପଟେ ଗୋଟିଏ ବୁଲା କୁକୁର ଶୋଇଥିଲା, ରେଳ ଷ୍ଟେସନ ସମ୍ମୁଖରେ ଅନ୍ୟ କୁକୁରଙ୍କ ଭିଡ ଜମିବାର ଦେଖିବାକୁ ମିଳୁଛି ଯାହାକି କେତେବେଳେ କେଉଁ ବ୍ୟକ୍ତି ବିଶେଷକୁ ଆକ୍ରମଣ କି କାମୁଡି ଦେଲେ କିଛି ବି ଅଘଟଣ ଘଟିବାର ଆଶଙ୍କା ରହିଛି । ଆଇନଜୀବୀଙ୍କ କହିବାନୁଯାୟୀ ଏଦିଗରେ ଷ୍ଟେସନ୍ କତୃପକ୍ଷ କିମ୍ବା ଦାୟିତ୍ୱରେ ଥିବା ଅଧିକାରୀ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । କେଉଁ କୁକୁରକୁ କେଉଁ ରୋଗ ଥିବ କି କେଉଁ କୁକୁରର ମାନସିକ ବିକୃତି ଥିଲେ ଲୋକଙ୍କ ଅବସ୍ଥା କଣ ହେବ ଥରେ ବିଚାର କରନ୍ତୁ ବୋଲି ଏକ ସଚେତନ ନାଗରିକ ଭାବରେ ସେ କହିଛନ୍ତି ।

jayashree
Leave A Reply

Your email address will not be published.